ପୁରୀ:ଆଜି ସକାଳୁ ସକାଳୁ ପୁରୀ ବଡ଼ ଦାଣ୍ଡରେ ଜଣେ ବ୍ୟକ୍ତି ତାଙ୍କର ଦୁଇ ନାତିଙ୍କୁ ଏକ ସ୍କୁଟିରେ ଧରି ଜଳଖିଆ କିଣିବାକୁ ଆସୁଥିଲେ । ଏହି ସମୟରେ ଏକ ବୋଲେରୋ ଗାଡ଼ି (ଓଡି୨୨ଏସି୩୦୪୮) ବଳଗଣ୍ଡି ଛକ ନିକଟରେ ସ୍କୁଟିକୁ ଧକ୍କା ଦେଇଥିଲା । ଫଳରେ ତିନି ଜଣ ସ୍କୁଟି ଆରୋହୀ ତଳେ ପଡ଼ି ଗୁରୁତର ହୋଇଯାଇଥିଲେ । ଉପସ୍ଥିତ ଲୋକେ ତୁରନ୍ତ ତାଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ନାବାଳକର ମୃତ୍ୟୁ ହୋଇଛି । ଜେଜେ ଏବଂ ଆଉ ଜଣେ ନାବାଳକ ଏବେବି ଚିକିତ୍ସାଧୀନ ଅଛନ୍ତି । ସ୍ଥାନୀୟ ଲୋକେ ଉକ୍ତ ଗାଡ଼ିକୁ ଅଟକ ରଖି ଭଙ୍ଗାରୁଜା କରିଥିବା ବେଳେ କୁମ୍ଭାରପଡ଼ା ଥାନା ପୋଲିସ ଘଟଣା ସ୍ଥଳରେ ପହଁଚି ବୋଲେରୋକୁ ଜବତ କରିବା ସହିତ ଘଟଣାର ତଦନ୍ତ କରିଛି l
ବଡଦାଣ୍ଡରେ ଦୁର୍ଘଟଣା ନାବାଳକ ମୃତ
