Nababharat News

ନୂଆବର୍ଷ ପାଇଁ ମଧ୍ୟରାତ୍ରରେ ଶ୍ରୀମନ୍ଦିର ନଖୋଲିବାକୁ ଅପିଲ୍ କଲେ SJTA ସଦସ୍ୟ, ଗଜପତିଙ୍କୁ ଲେଖିଲେ ଚିଠି

ପୁରୀ: ଇଂରାଜୀ ନବ ବର୍ଷ ପାଇଁ ଡିସେମ୍ବର ୩୧ତାରିଖ ମଧ୍ୟରାତ୍ରରେ ଶ୍ରୀ ମନ୍ଦିର ଖୋଲାଯିବାକୁ ନେଇ ଆପତ୍ତି ଉଠାଇଛନ୍ତି ଶ୍ରୀ ମନ୍ଦିର ପରିଚାଳନା କମିଟି (SJTA) ସଦସ୍ୟ ମହେଶ କୁମାର ସାହୁ । ଏହି ନିଷ୍ପତ୍ତିକୁ ବନ୍ଦ ରଖିବା ପାଇଁ ସେ ଆଇନମନ୍ତ୍ରୀ, ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ ଏବଂ ଗଜପତି ମହାରାଜାଙ୍କୁ ଚିଠି ଲେଖିଛନ୍ତି । ସେ ଲେଖିଛନ୍ତି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରୀତିନୀତି, ବିଧି ଓ ପରମ୍ପରା ପ୍ରାଥମିକତା ହେଉ । ତାପରେ ଭକ୍ତଙ୍କ ଦର୍ଶନ ଓ ଅନ୍ୟାନ୍ୟ ବ୍ୟବସ୍ଥା । ଏମିତି କହିଛନ୍ତି ପୁରୀ ଶ୍ରୀଜଗନ୍ନାଥ ପରିଚାଳନା ସମିତିର ସଦସ୍ୟ ପଣ୍ଡିତ ମହେଶ ସାହୁ । କିଛି ବର୍ଷ ହେଲା ଡିସେମ୍ବର ୩୧ତାରିଖ ମଧ୍ୟ ରାତ୍ରିରୁ ଶ୍ରୀମନ୍ଦିର ଖୋଲା ଯାଉଛି । ଯାହା ଆମ ଜଗନ୍ନାଥ ସଂସ୍କୃତି ପରମ୍ପରା ଓ ନୀତି ନିୟମର ବିରୋଧୀ । ଭକ୍ତଙ୍କୁ ଦର୍ଶନ ପାଇଁ ବ୍ୟବସ୍ଥା କରାଯାଉଛି ମାତ୍ର ନୀତି ନିୟମକୁ ପାଳନ କରାଯାଉ ନାହିଁ । ଯାହାକି ପରମ୍ପରା ଓ ଜଗନ୍ନାଥ ସଂସ୍କୃତିକୁ ବିରୋଧ କରେ । କାରଣ ସନାତନ ଧର୍ମରେ ଜାନୁଆରୀ ୧ତାରିଖ ନୂଆ ବର୍ଷ ନୁହେଁ । ଏହା କେବଳ କ୍ୟାଲେଣ୍ଡର ବଦଳିବା ବର୍ଷ । ତେଣୁ ଏହା ଭିତରେ ମହାପ୍ରଭୁଙ୍କୁ କାହିଁକି ସାମିଲ କରାଯାଉଛି ବୋଲି ପ୍ରଶ୍ନ କରିଛନ୍ତି ମହେଶ ସାହୁ ।

Exit mobile version