Nababharat News

ଟ୍ୱିନ୍ ସିଟିରେ ଲାଗୁହେଲା ପ୍ରଦୂଷଣ କଟକଣା

ପ୍ରଦୂଷଣ ପାଇଁ ଟ୍ୱିନ୍‌ ସିଟିରେ ଲାଗିଲା କଟକଣା। ସନ୍ଧ୍ୟା ୬ଟାରୁ ସକାଳ ୧୦ଟା ପର୍ଯ୍ୟନ୍ତ ସମସ୍ତ ନିର୍ମାଣ ବନ୍ଦ। ବାହାରେ ଆଵର୍ଜନା କିମ୍ବା ଢ଼ାବାରେ କୋଇଲା ଜାଳିବା ମନା। ରାଜଧାନୀରେ ବାୟୁ ପ୍ରଦୂଷଣକୁ ହ୍ରାସ କରିବାକୁ ଏୟାର ପ୍ୟୁରିଫାୟର୍(ବାୟୁ ଶୋଧକ ଯନ୍ତ୍ର) ଲାଗିବ। ହୋଟେଲ୍ ଢାବାରେ କାଠ ଓ କୋଇଲା ଜାଳିବା ସମ୍ପୂର୍ଣ୍ଣ ବାରଣ। ଡିପୋ ଓ ଷ୍ଟାଣ୍ଡ୍‌ରେ ନିୟମିତ ବସ୍ ଧୋଇବାକୁ CRUTକୁ ଦିଆଯାଇଛି ନିର୍ଦ୍ଦେଶ । ଖୋଲା ସ୍ଥାନରେ ଆବର୍ଜନା ଜାଳିଲେ ୫ହଜାର ଫାଇନ୍‌ ପଡିବ। ସ୍କୁଲ୍‌ରେ ମଧ୍ୟାହ୍ନ ଭୋଜନ ପାଇଁ ସ୍ବଚ୍ଛ ଜାଳେଣି ବ୍ୟବହାର ପାଇଁ ଦିଆଯାଇଛି ପରାମର୍ଶ। ଧୂଳି ଉଡୁଥିବା ସ୍ଥାନରେ ପାଣି ସିଞ୍ଚନ ପାଇଁ ବିଏମ୍‌ସି ଦେଇଛି ନିର୍ଦ୍ଦେଶ।ଜୟଦେବ ବିହାର ଏବଂ ଏଜି ଛକରେ ପ୍ରାଥମିକ ଭାବେ ଏହି ଏୟାର ପ୍ୟୁରିଫାୟର୍ ଲଗାଇବ ବିଏମ୍ସି । ମେୟର ସୁଲୋଚନା ଦାସ ଏହି ସୂଚନା ଦେଇଛନ୍ତି । ମେୟର କହିଛନ୍ତି ଯେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସହିତ ଆଲୋଚନା କରାଯାଇଛି । ଏହା ପରେ ମେସିନ କିଣାଯାଇ ଲଗାଯିବ ।ଆଜିଠାରୁ ୭ ଦିନ ପର୍ଯ୍ୟନ୍ତ ଏହି କଟକଣା ଲାଗୁହେବ lକଟକଣାକୁ ବଳବତ୍ତର ରଖିବାକୁ ପୋଲିସ, RTOକୁ ନିର୍ଦ୍ଦେଶ ଦିଆଯାଇଛି । ନିୟମ ନ ମାନିଲେ କଡା କାର୍ଯ୍ୟାନୁଷ୍ଠାନ ହେବ ବୋଲି ସୂଚନା ଦେଇଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ

Exit mobile version