Nababharat News

ଆଜି ମୋହନ ସରକାରଙ୍କ ପ୍ରଥମ ବର୍ଷ ପୂର୍ତ୍ତି

ଭୁବନେଶ୍ୱର: ଓଡ଼ିଶାରେ ବିଜେପି ସରକାର ୧ ବର୍ଷ କାର୍ଯ୍ୟକାଳ ପୂରଣ କରିଛି। ବର୍ଷକ ଭିତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସରକାର ବିଜେପି ନିର୍ବାଚନ ଇସ୍ତାହାରର କିଛି ପ୍ରତିଶ୍ରୁତି ପୂରଣ କରିଛନ୍ତି। ତଥାପି ଆଉ କିଛି ବାକି ରହିଛି। ସ୍ୱାସ୍ଥ୍ୟ, ଶିକ୍ଷା, ପର୍ଯ୍ୟଟନ, ଶିଳ୍ପ, କୃଷି, ଓଡ଼ିଆ ଅସ୍ମିତା ଆଦି ଅନ୍ୟାନ୍ୟ ବିଭାଗଗୁଡ଼ିକ ନିମନ୍ତେ ନୂଆ ଯୋଜନା ଓ ନିଷ୍ପତ୍ତି ନିଆଯାଇଛି। ସର୍ବୋପରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଇଁ ୨୦୦ କୋଟି ଟଙ୍କାର କର୍ପସ ପାଣ୍ଠି ଗଠନ ହୋଇଛି। ମୋହନ ସରକାରଙ୍କ ହାତରେ ରାଜ୍ୟବାସୀଙ୍କ ବିକାଶ ପାଇଁ ଆହୁରି ୪ବର୍ଷ ସମୟ ରହିଛି। ଏହି ସମୟ ବିଜେପି ସରକାରଙ୍କ ପାଇଁ ଯେତିକି ସମ୍ବେଦନଶୀଳ ସେତିକି ଆହ୍ୱାନପୂର୍ଣ୍ଣ। ମହାନଦୀ, ପୋଲାଭରମ, ବଂଶଧାରା ଓ କୋଟିଆ ଭଳି ଆନ୍ତଃ ରାଜ୍ୟ ବିବାଦର ସମାଧାନ ଏହି ସରକାର ଅମଳରେ ଆଗକୁ ବଢ଼ିପାରେ ବୋଲି ଆଶା କରାଯାଉଛି। ଏହାର ସବୁଠାରୁ ବଡ଼ କାରଣ ହେଲା ରାଜ୍ୟ ଓ କେନ୍ଦ୍ରରେ ବିଜେପିର ଡବଲ ଇଞ୍ଜିନ ସରକାର ଥିବାବେଳେ ପଡ଼ୋଶୀ ଆନ୍ଧ୍ରରେ ତେଲୁଗୁଦେଶମ୍‌ ପାର୍ଟି ନେତୃତ୍ବାଧୀନ ଏନ୍‌ଡିଏ ସରକାର ଓ ଛତିଶଗଡ଼ରେ ବିଜେପି ସରକାର କ୍ଷମତାସୀନ ରହିଛି। ରାଜନୈତିକସ୍ତରରେ ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ବାରମ୍ବାର କହିଆସୁଛନ୍ତି।

Exit mobile version