Nababharat News

ଅସୁରକ୍ଷିତ କୋଠା ଭାଙ୍ଗିବାରେ ବିଳମ୍ବ କୁ ନେଇ ପ୍ରଶ୍ନ କଲେ ହାଇକୋର୍ଟ

କଟକ: ମଣିସାହୁ ଛକ କୋଠା ବାଲକୋନୀ ଭୁଶୁଡିବା ଘଟଣାକୁ ଗମ୍ଭୀରତାର ସହ ନେଇଛନ୍ତି ହାଇକୋର୍ଟ । ସହର ଭିତରେ ଏଭଳି କେତେ ଅସୁରକ୍ଷିତ କୋଠା ଅଛି, ତାକୁ ଭାଙ୍ଗିବାରେ ବିଳମ୍ବ କାହିଁକି ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି । ହାଇକୋର୍ଟରେ ଜବାବ ରଖିଲେ କଟକ ଅତିରିକ୍ତ ଜିଲ୍ଲାପାଳ । ବ୍ୟକ୍ତିଗତ ଭାବେ ହାଇକୋର୍ଟରେ ହାଜର ହୋଇ ଜବାବ ରଖିଛନ୍ତି ।କଟକ ଅତିରିକ୍ତ ଜିଲ୍ଲାପାଳ ଦେଇଥିବା ତଥ୍ୟ ମୁତାବକ, ସହର ଭିତରେ ଏବେ ୨୨୧ଟି ଅସୁରକ୍ଷିତ କୋଠା ରହିଛି । ସେଥିମଧ୍ୟରୁ ୨୧୯ଟି ହେଉଛି ସରକାରୀ ଘର । ତେବେ ସେସବୁକୁ ଭାଙ୍ଗିବା ଲାଗି ପୂର୍ତ୍ତ ବିଭାଗକୁ ନିର୍ଦ୍ଦେଶ ଦିଆସରିଛି ବୋଲି ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି । କିନ୍ତୁ କେବେ ସୁଦ୍ଧା କାର୍ଯ୍ୟାନୁଷ୍ଠାନ ନିଆଯିବ ସେନେଇ ଆଗାମୀ ତାରିଖ ସୁଦ୍ଧା ନିର୍ଦ୍ଧିଷ୍ଟ ତଥ୍ୟ ଦେବାକୁ କଟକ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।

Exit mobile version