ଶାନ୍ତନୁ କୁମାର ରଣା
ବ୍ରହ୍ମପୁର: ହିଞ୍ଜିଳି ବ୍ଲକ ଅନ୍ତର୍ଗତ କଣ୍ଟେଇକୋଳି ଗ୍ରାମର ଯୁବ କାଠଶିଳ୍ପୀ ଅରୁଣ ସାହୁ ଏବଂ ତାଙ୍କ ବନ୍ଧୁ ସାରୁ ପଞ୍ଚାୟତର ପୁନରଖଣ୍ଡି ଗ୍ରାମର ଟୁକୁନା ବେହେରା ଅଯୋଧ୍ୟାରେ ପହଞ୍ଚି ତାଙ୍କ ହାତ ତିଆରି କାଠ ଖୋଦେଇ ଶ୍ରୀ ହନୁମାନ ଚାଳିଶା ପ୍ରଭୁ ଶ୍ରୀ ରାମ ଲଲାଙ୍କ ମନ୍ଦିରରେ ସମର୍ପଣ କରିଛନ୍ତି ଏବଂ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ମାନନୀୟ ଯୋଗୀ ଆଦିତ୍ୟନାଥ ଙ୍କୁ ସାକ୍ଷାତ କରି ତାଙ୍କର ଏକ କାଠ ନିର୍ମିତ ଫୋଟଚିତ୍ର ତାଙ୍କୁ ଭେଟି ସଦୃଶ ଅର୍ପଣ କରିଛନ୍ତି।
ଏହ ହିଞ୍ଜିଳି ଅଞ୍ଚଳ ତଥା ଓଡ଼ିଆ ପିଲାଙ୍କ କଳା ନିପୁଣତା ର ଏକ ଉତ୍କୃଷ୍ଟ ପ୍ରଦର୍ଶନ ଏବଂ ଗଞ୍ଜାମବାସୀଙ୍କ ନିମନ୍ତେ ଗର୍ବ ଓ ଗୌରବର ବିଷୟ କହିଲେ ଅତ୍ୟୁକ୍ତି ହେବନାହିଁ। ଏହି ଅବସରରେ ସ୍ଥାନୀୟ ବରିଷ୍ଠ ଯୁବ ସାମାଜିକକର୍ମୀ ଉମାଶଙ୍କର ସାହୁ ଶିଳ୍ପୀ ଅରୁଣ କୁମାର ଏବଂ ତାଙ୍କ ବନ୍ଧୁ ଟୁକୁନା ବେହେରାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।