Nababharat News

ହ୍ୱାଟ୍ସଆପ୍‌ ଉପଭୋକ୍ତାଙ୍କ ଫୋନ୍ ନମ୍ବର,ପ୍ରୋଫାଇଲ୍ ଫଟୋ ଲିକ୍

ନୂଆଦିଲ୍ଲୀ: ମେସେଜିଂ ଆପ୍ ହ୍ୱାଟ୍ସଆପ୍‌ରେ ଏକ ବଡ଼ ତ୍ରୁଟି ଯୋଗୁଁ ବିଶ୍ୱର ପ୍ରାୟ ସମସ୍ତ ଫୋନ୍ ଉପଭୋକ୍ତାଙ୍କ ଫୋନ୍ ନମ୍ବର ଏବଂ ଅନେକଙ୍କର ପ୍ରୋଫାଇଲ୍ ଫଟୋ ଲିକ୍ ହୋଇଯାଇଥିବା ଜଣାପଡ଼ିଛି। ଭିଏନା ବିଶ୍ୱବିଦ୍ୟାଳୟର ଗବେଷକମାନେ ଏହି ‘ଫ୍ଲ’କୁ ଆବିଷ୍କାର କରିଛନ୍ତି। ହ୍ୱାଟ୍ସଆପ୍‌ ‘କଣ୍ଟାକ୍ଟ ଡିସ୍କଭରି’ ଟୁଲ୍‌ରେ ଥିବା ‘ରେଟ୍ ଲିମିଟିଂ’ ଅଭାବ ଯୋଗୁଁ ଏହି ସମସ୍ୟା ଉପୁଜିଥିଲା। ଏହି ତ୍ରୁଟି ଯୋଗୁଁ ଗବେଷକମାନେ ସରଳ ଟେକ୍ନିକ୍ ବ୍ୟବହାର କରି ୩.୫ ବିଲିୟନ ସକ୍ରିୟ ହ୍ୱାଟ୍ସଆପ୍‌ ଆକାଉଣ୍ଟ୍‌ର ଫୋନ୍ ନମ୍ବର ସଂଗ୍ରହ କରିବାରେ ସଫଳ ହୋଇଥିଲେ। ଚିହ୍ନଟ ହୋଇଥିବା ଆକାଉଣ୍ଟଗୁଡ଼ିକ ମଧ୍ୟରୁ ପ୍ରାୟ ୫୭ ପ୍ରତିଶତର ପ୍ରୋଫାଇଲ୍ ଫଟୋ ଏବଂ ୨୯ ପ୍ରତିଶତର ଷ୍ଟାଟସ୍ ଟେକ୍ସଟ୍ ମଧ୍ୟ ସେମାନେ ଦେଖିପାରିଥିଲେ। ମେଟା କମ୍ପାନୀ ଏହି ‘ଫ୍ଲ’କୁ ସ୍ୱୀକାର କରିଛି ଏବଂ କହିଛି ଯେ ଏହା ଏକ ଡିଜାଇନ୍ ସମସ୍ୟା ଥିଲା। ତେବେ, ବର୍ତ୍ତମାନ ଏହି ‘ରେଟ୍ ଲିମିଟ୍’କୁ ଲାଗୁ କରାଯାଇ ତ୍ରୁଟିକୁ ସୁଧାରି ଦିଆଯାଇଛି। କମ୍ପାନୀ ପକ୍ଷରୁ କୁହାଯାଇଛି ଯେ କେବଳ ସାର୍ବଜନୀନ ତଥ୍ୟ ଯଥା ଫୋନ୍ ନମ୍ବର ଓ ପ୍ରୋଫାଇଲ୍ ଫଟୋ ହିଁ ଏଥିରେ ପ୍ରଭାବିତ ହୋଇଛି, ମେସେଜ୍ ସବୁ ଏଣ୍ଡ୍-ଟୁ-ଏଣ୍ଡ୍ ଏନକ୍ରିପ୍ଟେଡ୍ ଯୋଗୁଁ ସୁରକ୍ଷିତ ରହିଛି।

Exit mobile version