Nababharat News

ଇସ୍ରାଏଲ-ଇରାନ ମଧ୍ୟରେ ଯୁଦ୍ଧ ସମ୍ଭାବନା! 

ଜେରୁଜେଲମ: ହମାସ ସହିତ ଯୁଦ୍ଧ ସରିବାର ନିକଟରେ କୌଣସି ସମ୍ଭାବନା ଦେଖାଯାଉନଥିବାବେଳେ  ଇସ୍ରାଏଲ ଉପରେ ଆଉ ଏକ ବିପଦ ଘନୀଭୂତ ହେବାରେ ଲଗିଛି।  ଇସ୍ରାଏଲ ଉପରେ ଆକ୍ରମଣ କରିବାକୁ ପ୍ରସ୍ତୁତ ହେଉଛି ଇରାନ । ଗତ ମାସରେ ସିରିଆରେ ଥିବା ଇରାନ ଦୂତାବାସ ଉପରେ ଇସ୍ରାଏଲର ଆକ୍ରମଣ ଜବାବରେ ଇରାନ ଏହି ଆକ୍ରମଣ କରିବାକୁ ଧମକ ଦେଇଛି ।

ତେବେ ଇସ୍ରାଏଲ ଉପରେ ଆକ୍ରମଣକୁ ନେଇ ଇରାନକୁ ଚେତାବନୀ ଦେଇଛି ଆମେରିକା । ଇସ୍ରାଏଲରେ ରହୁଥିବା ବ୍ରିଟିଶ ନାଗରିକମାନଙ୍କୁ ତୁରନ୍ତ ଦେଶ ଛାଡିବାକୁ ବ୍ରିଟିଶ ବୈଦେଶିକ ମନ୍ତ୍ରାଳୟ ନିବେଦନ କରିଛି । ଫ୍ରାନ୍ସ ଏବଂ ଭାରତ ସେମାନଙ୍କ ନାଗରିକମାନଙ୍କୁ ଇରାନ ଏବଂ ଇସ୍ରାଏଲ ଯାତ୍ରାରୁ ଦୂରେଇ ରହିବାକୁ କହିଛନ୍ତି ଏବଂ ତେହେରାନରେ ଥିବା ଫ୍ରାନ୍ସ କୂଟନୀତିଜ୍ଞଙ୍କ ପରିବାରକୁ ଫ୍ରାନ୍ସକୁ ଫେରାଇ ଦିଆଯାଇଛି । ମଧ୍ୟପ୍ରାଚ୍ୟରେ ପ୍ରବଳ ଉତ୍ତେଜନା କୁ ଦୃଷ୍ଟିରେ ରଖି ଫ୍ରାନ୍ସ ନିଜ ନାଗରିକଙ୍କୁ ଇସ୍ରାଏଲ, ଇରାନ, ଲେବାନନଠାରୁ ଦୂରେଇ ରହିବାକୁ ପରାମର୍ଶ ଦେଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ସେନାର ଶୀର୍ଷ ଜେନେରାଲମାନଙ୍କ ସହ ବୈଠକ କରି ଇରାନ ସହ ଯୁଦ୍ଧର ଆଶଙ୍କା ଆକଳନ କରିବେ ।

ଏଥିସହିତ ଇସ୍ରାଏଲ ଓ ଆମେରିକୀୟ ସାମରିକ ଘାଟି ଉପରେ ଆକ୍ରମଣ ନକରିବାକୁ ଆମେରିକା ଇରାନକୁ ଚେତାବନୀ ଦେଇଛି। ସେପଟେ ଇସ୍ରାଏଲ ୨୪ରୁ ୪୮ ଘଣ୍ଟା ମଧ୍ୟରେ ସିଧାସଳଖ ଇରାନ ଆକ୍ରମଣ ପାଇଁ ପ୍ରସ୍ତୁତି ଚଳାଇଛି । ଦକ୍ଷିଣ କିମ୍ବା ଉତ୍ତର ଇସ୍ରାଏଲକୁ ଟାର୍ଗେଟ କରିବାକୁ ତେହେରାନ ଲକ୍ଷ୍ୟ ରଖିଛି। ପରବର୍ତ୍ତୀ ସୂଚନା ନ ମିଳିବା ପର୍ଯ୍ୟନ୍ତ କେନ୍ଦ୍ରୀୟ ଇସ୍ରାଏଲ, ଜେରୁଜେଲମ୍ ବାହାରକୁ ଯାତ୍ରା ନ କରିବାକୁ ଆମେରିକା ଦୂତାବାସ ତା’ର କର୍ମଚାରୀଙ୍କୁ କହିଛି।

Exit mobile version