Nababharat News

ଜିମ୍ବାୱେକୁ ୭୨ ରନ୍‌ରେ ହରାଇଲା ଭାରତ

ନୂଆଦିଲ୍ଲୀ: ଗୁରୁବାର ଟି୨୦ ବିଶ୍ୱକପର ସୁପର-୮ ମ୍ୟାଚ୍ ରେ ଜିମ୍ବାୱେ ଟସ୍ ଜିତି ଭାରତକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା । ଅଭିଷେକ ଶର୍ମା (୫୫) ଏବଂ ହାର୍ଦ୍ଦିକ ପାଣ୍ଡ୍ୟା (୫୦*)ଙ୍କ ଅର୍ଦ୍ଧଶତକୀୟ ଇନିଂସ ସହାୟତାରେ ଟିମ୍ ଇଣ୍ଡିଆ ୨୦ ଓଭରରେ ଚାରି ୱିକେଟ୍ ହରାଇ ୨୫୬ ରନ କରିଥିଲା । ଜବାବରେ, ଜିମ୍ବାୱେର ଦଳ ନିର୍ଦ୍ଧାରିତ ଓଭରରେ ଛଅ ୱିକେଟ୍ ହରାଇ କେବଳ ୧୮୪ ରନ କରିପାରିଥିଲା । ସେମାନଙ୍କ ପାଇଁ ବ୍ରାଏନ୍ ବେନେଟ୍ ୯୭ ରନର ଅପରାଜିତ ଇନିଂସ ଖେଳିଥିଲେ । ଭାରତ ତରଫରୁ ଓପନିଂ କରିବାକୁ ଆସିଥିବା ସଞ୍ଜୁ ସାମସନ ୧୫ ବଲରୁ ୨୬ ରନ୍ କରି ଆଉଟ୍ ହୋଇଥିଲେ । ଇଶାନ କିଶାନ (୨୪ ବଲରୁ ୩୮ ରନ୍) ନିଜର ଅର୍ଦ୍ଧଶତକ ମିସ୍ କରିଥିଲେ । ଅଭିଷେକ ଶର୍ମା ୩୦ ବଲରୁ ୫୫ ରନ୍ କରିଥିବା ବେଳେ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ୧୩ ବଲରୁ ୩୩ ରନ୍ କରିଥିଲେ । ହାର୍ଦ୍ଦିକ୍ ପାଣ୍ଡ୍ୟା (୫୦) ଓ ତିଲକ ବର୍ମା (୪୪) ରନ୍ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ ।

Exit mobile version