Nababharat News

୬୫ ଲକ୍ଷ ଭୋଟରଙ୍କ ତାଲିକା ଦେବାକୁ ଇସି ଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ନିର୍ବାଚନ କମିଶନଙ୍କୁ ଦେଲେ କଡ଼ା ନିର୍ଦ୍ଦେଶ। ଅଗଷ୍ଟ ପହିଲାରେ ୬୫ ଲକ୍ଷ ଭୋଟର ତାଲିକାରୁ ବାଦ ପଡ଼ିଥିବା ନେଇ ତାଲିକା ଦିଅ ବୋଲି କହିଛନ୍ତି ସୁପ୍ରିମକୋର୍ଟ। ବାଦ ପଡିଥିବା ଭୋଟରଙ୍କ ନାମ ତାଲିକାରୁ କାହିଁକି ବାଦ ପଡ଼ିଲା ତାକୁ ସାର୍ବଜନୀନ କର। ତୃତୀୟ ଦିନରେ ଶୁଣାଣି ବେଳେ ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ ନିର୍ବାଚନ କମିଶନଙ୍କ ପଦକ୍ଷେପକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ୱେବସାଇଟରେ ତଥ୍ୟ ପ୍ରକାଶ କରିବାକୁ ନିର୍ବାଚନ କମିଶନକୁ ୩ ଦିନର ସମୟ ଦେଇଛନ୍ତି ସୁପ୍ରିମକୋର୍ଟ।

ବହୁଳ ପ୍ରସାରିତ ଖବର କାଗଜ, ଟିଭି ଓ ରେଡିଓରେ ସୂଚନା ଦେବାକୁ ବିହାର ମୁଖ୍ୟ ନିର୍ବାଚନ ଅଧିକାରୀ ପଦକ୍ଷେପ ଗ୍ରହଣ କରିବେ। ଏପରିକି ନିର୍ବାଚନ କମିଶନଙ୍କ ସୋସିଆଲ ମିଡିଆ ସାଇଟରେ ମଧ୍ୟ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ନୋଟିସ ଜାରି କରାଯିବ। ପ୍ରତି ବ୍ଲକର ପଞ୍ଚାୟତରେ ବୁଥ ଲେବଲ ଅଧିକାରୀ ଭୋଟର ତାଲିକାରୁ ବାଦ ପଡିଥିବା ବ୍ୟକ୍ତିଙ୍କର ନାମ ଓ ତାଲିକା ଜାରି କରିବେ। ଏଇ ତାଲିକାକୁ ଦେଖିବାକୁ ବ୍ୟକ୍ତି ଯଦି ଚାହିବେ ଲେଖା କାଗଜପତ୍ର ସହ ଏବଂ କମ୍ପ୍ୟୁଟରରେ ସଫ୍ଟ କପି ଦେଖିବାକୁ ଅଧିକାରୀ ଅନୁମତି ଦେବେ। ଆସନ୍ତା ୨୨ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ଜଷ୍ଟିସ ବାଗଚୀ ନିର୍ବାଚନ କମିସନଙ୍କ ଓକିଲଙ୍କୁ ପ୍ରଶ୍ନ କରି କହିଛନ୍ତି ବିହାରରେ ହେଉଥିବା ଏହି ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନରେ ଯେଉଁମାନଙ୍କର ନାମ ଭୋଟର ତାଲିକାରୁ ବାଦ୍‌ ଦିଆଯାଇଛି କାହିଁକି ସେମାନଙ୍କ ବିଷୟରେ ସବିଶେଷ ତଥ୍ୟ ନିର୍ବାଚନ କମିସନ ଦେବେନି ? ନାମ କଟିଥିବା ଭୋଟର କାହିଁକି ଦ୍ବନ୍ଦ୍ବରେ ରହିବେ ? ଏଥିପାଇଁ କଣ ପାଇଁ ବୁଥସ୍ତରୀୟ ଅଧିକାରୀ କିମ୍ବା ଅନ୍ୟ ଅଧିକାରୀଙ୍କ ଉପରେ ନିର୍ଭର କରିବାକୁ ପଡ଼ିବ। ଭୋଟର ଯେପରି ସୁବିଧାରେ ତାଙ୍କ ନାମ କଟିଥିବା ନେଇ ଜାଣିପାରିବେ ସେ ନେଇ ସବିଶେଷ କାରଣ ସହିତ ନିର୍ବାଚନ କମିସନ ତାଙ୍କ ଓ୍ବେବସାଇଟରେ ଅପଲୋଡ କରିବା ଦରକାର।ଭୋଟ ଦେବା ନାଗରିକର ମୌଳିକ ଅଧିକାର। ଏଥିରେ ସ୍ବଚ୍ଛତା ଅବଲମ୍ବନ କରିବା ନିହାତି ଆବଶ୍ୟକ। ଯାହାଦ୍ବାରା ଜଣେ ଯୋଗ୍ୟ ଭୋଟର ଯେପରି ଭୋଟଦାନରୁ ବାଦ ନ ପଡ଼ନ୍ତି ସେ ନେଇ ନିର୍ବାଚନ କମିଶନ ପଦକ୍ଷେପ ନେବା ଦରକାର।

Exit mobile version