Nababharat News

ସଞ୍ଜୟ କପୁରଙ୍କ ସମ୍ପତ୍ତି ମାମଲା କରିନା କପୁରଙ୍କୁ ମିଳିଲା ହାଇକୋର୍ଟ ରୁ ଆଶ୍ବସ୍ତି

ନୂଆଦିଲ୍ଲୀ: ସଞ୍ଜୟ କପୁରଙ୍କ ପରଲୋକ ପରେ ତାଙ୍କ ସମ୍ପତ୍ତିକୁ ନେଇ ଆଇନଗତ ସମସ୍ୟା ବଢିବାରେ ଲାଗିଛି। କରିସ୍ମା କପୁରଙ୍କ ପିଲାଙ୍କ ଦ୍ୱାରା ଦିଲ୍ଲୀ ହାଇକୋର୍ଟରେ ପିଟିସନ ଦାୟର ପରେ ଏହି ଆଇନଗତ ସମସ୍ୟା ଉପୁଜିଥିଲା, ଯେଉଁଥିରେ ଦୁଇ ପିଲା ପ୍ରିୟା ସଚଦେବ କପୁରଙ୍କ ବିରୋଧରେ ସଞ୍ଜୟଙ୍କ ଇଚ୍ଛା ପତ୍ର ହେରଫେରର ଅଭିଯୋଗ ଆଣିଥିଲେ। ଏହି ଆଇନଗତ ସମସ୍ୟା ମଧ୍ୟରେ ଦିଲ୍ଲୀ ହାଇକୋର୍ଟ ଗୁରୁବାର କରିସ୍ମାଙ୍କ ପିଲାଙ୍କ ଦ୍ୱାରା ରୁଜୁ ଅନ୍ତରୀଣ ନିଷେଧାଜ୍ଞା ପିଟିସନକୁ ବିଚାର ଲାଗି ଗ୍ରହଣ କରିଛନ୍ତି l କୌଣସି ତୃତୀୟ ପକ୍ଷର ଅଧିକାର ଉପରେ ରୋକ ଲଗାଇଛନ୍ତି। କୋର୍ଟ ସଞ୍ଜୟଙ୍କ ବ୍ୟାଙ୍କ ଆକାଉଣ୍ଟ ବିବରଣୀ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ତାଙ୍କ ବିଦେଶୀ ବ୍ୟାଙ୍କ ଆକାଉଣ୍ଟ ଓ କ୍ରିପ୍ଟୋ କରେନ୍ସୀ ସଞ୍ଚାଳନ ଉପରେ ରୋକ ଲଗାଇଦେଇଛନ୍ତି। ସଞ୍ଜୟ କପୁରଙ୍କ ଆନୁମାନିକ ସମ୍ପତ୍ତିର ପରିମାଣ ପ୍ରାୟ ୩୦,୦୦୦ କୋଟି ଟଙ୍କା ହେବ l ଦିଲ୍ଲୀ ହାଇକୋର୍ଟଙ୍କ ନିଷ୍ପତ୍ତିରେ କରିସ୍ମାଙ୍କ ଭଉଣୀ ତଥା ଅଭିନେତ୍ରୀ କରିନା କପୁର ବେଶ୍ ଖୁସି ବ୍ୟକ୍ତ କରିଛନ୍ତି। ଏ ନେଇ କରିନା ତାଙ୍କ ଇଂଷ୍ଟାଗ୍ରାମ ଷ୍ଟୋରିଜରେ ଏକ ପୋଷ୍ଟ କରିଛନ୍ତି। ଏଥିରେ ସେ ନ୍ୟାୟ ଓ ସତ୍ୟର ସର୍ବଦା ବିଜୟ ହୁଏ ବୋଲି ଉଲ୍ଲେଖ କରିଛନ୍ତି ।

Exit mobile version