ଅଗରତାଲା: ତ୍ରିପୁରା ରାଜ୍ୟର ପୋଲିସ ମହାନିର୍ଦ୍ଦେଶକ(ଡିଜିପି) ଅନୁରାଗ ଧନଖଡଙ୍କ ମୃତ୍ୟୁ ଘଟିଛି | ମୃତ ଦେହ ପୋଲିସ ମୁଖ୍ୟାଳୟରେ ମିଳିଥିବା ଜଣା ପଡିଛି । ଡିଜିପିଙ୍କୁ ତୁରନ୍ତ ଅଗରତାଲା ସ୍ଥିତ ଗୋବିନ୍ଦ ବଲ୍ଲଭ ପନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ଯେଉଁଠି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଘଟଣାର ଖବର ମିଳିବା ମାତ୍ରେ ମୁଖ୍ୟମନ୍ତ୍ରୀ ମାଣିକ ଶାହ ତୁରନ୍ତ ପୋଲିସ ମୁଖ୍ୟାଳୟ ପହଞ୍ଚିଛନ୍ତି । ମୁଖ୍ୟ ସଚିବ ଜେକେ ସିହ୍ନା ସହିତ ଗୃହ ବିଭାଗର ଅନେକ ବରିଷ୍ଠ ଅଧିକାରୀ ଏବଂ ପୋଲିସ ଜିବି ପନ୍ତ ହସ୍ପିଟାଲ ପହଞ୍ଚିଛନ୍ତି । ପୋଲିସ ମୁଖ୍ୟାଳୟର ବରିଷ୍ଠ ଅଧିକାରୀ ତଦନ୍ତ ଆରମ୍ଭ କରିଛନ୍ତି । ପ୍ରାଥମିକ ସୂଚନା ମୁତାବକ, ସେ ନିଜର ସର୍ଭିସ ବନ୍ଧୁକରୁ ନିଜକୁ ଗୁଳି କରିଛନ୍ତି । କିଛି ମିଡିଆ ରିପୋର୍ଟରେ ଏହି ଦାବି କରାଯାଇଛି ଯେ, ସେ ଫାଶି ଲଗାଇଛନ୍ତି ଏବଂ ଅଫିସ ରୁମରେ ଆଟାଚ୍ ବାର୍ଥରୁମରୁ ତାଙ୍କ ମୃତଦେହ ମିଳିଛି । ହେଲେ ଏହାର ଆନୁଷ୍ଠାନିକ ସୂଚନା ମିଳି ନାହିଁ । ୨୦୨୫ରେ ତ୍ରିପୁରା ଡିଜିପି ଭାବେ ନିଯୁକ୍ତ ହୋଇଥିଲେ। ଦୀର୍ଘ ୩ ଦଶନ୍ଧି ଧରି ପୋଲିସ ସେବାରେ ଥିବା ଅନୁରାଗ ପୂର୍ବରୁ ତ୍ରିପୁରାର ଗୁଇନ୍ଦା ଡିଜିପି ଭାବେ କାମ କରିଛନ୍ତି।
ପୋଲିସ ମୁଖ୍ୟାଳୟରେ ତ୍ରିପୁରା ଡିଜିପି ଅନୁରାଗ ଧନଖଡଙ୍କ ମୃତ୍ୟୁ
