Nababharat News

ଚୀନ ସ୍ଥିତ ସାଂଘାଇ ସହଯୋଗ ସଙ୍ଗଠନ ବୈଠକରେ ସାମିଲ ହେଲେ ରାଜନାଥ ସିଂ

ସାଂଘାଇ ସହଯୋଗ ସଙ୍ଗଠନ ସମିଟ୍‌ରେ ଯୋଗ ଦେବାକୁ ଚୀନ୍‌ରେ ପହଞ୍ଚିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ । ୨୦୨୦ ଗଲୱାନ ଘାଟିରେ ଚୀନ୍ ଓ ଭାରତୀୟ ଯବାନଙ୍କ ହିଂସାତ୍ମକ ସଂଘର୍ଷ ଘଟଣାର ସମାଧାନ ପରେ, ଭାରତୀୟ ରକ୍ଷା ମନ୍ତ୍ରୀଙ୍କ ଏହା ପ୍ରଥମ ଚୀନ ଗସ୍ତ । ଏସସିଓ ସମିଟ୍‌ରେ ଯୋଗ ଦେଇ ପ୍ରତିରକ୍ଷା ମନ୍ତ୍ରୀ ଆତଙ୍କବାଦ, ସୁରକ୍ଷା, ଶାନ୍ତି ଆଦି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ସମିଟ୍‌ରେ ଭାରତର ଅପରେସନ୍ ସିନ୍ଦୂର ସଫଳତା କଥା ବଖାଣିଛନ୍ତି ରାଜନାଥ ସିଂହ । ଏଥିସହ ପାକିସ୍ତାନର ନାଁ ନନେଇ ଶତ୍ରୁ ରାଷ୍ଟ୍ର ଉପେ ବର୍ଷିଛନ୍ତି ରାଜନାଥ । ସେ କହିଛନ୍ତି, ଆତଙ୍କବାଦୀ ଦେଶର ଶାନ୍ତି, ସମୃଦ୍ଧି ଭଙ୍ଗ କରୁଛନ୍ତି । ଭାରତର ଅପରେସନ୍ ସିନ୍ଦୂର, ଆତଙ୍କବାଦର ମୂଳଦୁଆ ଦୋହଲାଇ ଦେଇଛି । ଏବେ ଏହାକୁ ସମୂଳେ ବିନାଶ କରିବାକୁ ଲକ୍ଷ୍ୟ ରଖିଛି ଭାରତ । ଯେଉଁମାନେ ଆତଙ୍କବାଦକୁ ପ୍ରୋତ୍ସାହିତ କରୁଛନ୍ତି, ପ୍ରାୟୋଜିତ ଆକ୍ରମଣ ଘଟାଉଛନ୍ତି ସେମାନେ ତାର କଡ଼ା ପରିଣାମ ଭୋଗିବେ । କିଛି ଦେଶ ସୀମାରେ ଆତଙ୍କବାଦକୁ ନୀତି ଅନ୍ତର୍ଗତ ଦର୍ଶାଇ ସେମାନଙ୍କୁ ଶରଣ ଦେଉଛନ୍ତି । ହେଲେ ବିଶ୍ୱ ଆଗରେ ମିଛ ତଥ୍ୟ ରଖୁଛନ୍ତି । ଏଭଳି ଦୋମୁହାଁ ନୀତି ଦେଖାଉଥିବା ଦେଶ ବିରୋଧରେ ଆଲୋଚନା କରିବା ପାଇଁ ଆଦୌ ସଂକୋଚ କରିବା କଥା ନୁହେଁ ।

Exit mobile version