Nababharat News

ରାଜସ୍ଥାନ ରୟାଲ୍ସକୁ କିଣିଲେ ଲକ୍ଷ୍ମୀ ନାରାୟଣ ମିତ୍ତଲ

ମୁମ୍ବାଇ: ପ୍ରସିଦ୍ଧ ଶିଳ୍ପପତି ଲକ୍ଷ୍ମୀ ନାରାୟଣ ମିତ୍ତଲ ଏବେ ରାଜସ୍ଥାନ ରୟାଲ୍ସର ମୁଖ୍ୟ ମାଲିକ ହୋଇଛନ୍ତି। ପ୍ରାୟ ୧୫,୬୦୦ କୋଟି ଟଙ୍କାର ଏହି ବଡ଼ ଡିଲ୍‌ରେ ମିତ୍ତଲ ପରିବାର ଏବଂ ସେରମ ଇନଷ୍ଟିଚ୍ୟୁଟର ମାଲିକ ଅଦାର ପୁନାୱାଲା ମିଳିତ ଭାବେ ଫ୍ରାଞ୍ଚାଇଜ୍‌କୁ କିଣିଛନ୍ତି।ନୂଆ ଚୁକ୍ତି ଅନୁଯାୟୀ, ମିତ୍ତଲ ପରିବାର ପାଖରେ ୭୫ ପ୍ରତିଶତ ଅଂଶଧନ ରହିବ। ଅଦାର ପୁନାୱାଲା ୧୮ ପ୍ରତିଶତର ମାଲିକ ହେବେ ଏବଂ ବାକି ୭ ପ୍ରତିଶତ ପୂର୍ବତନ ମାଲିକ ମନୋଜ ବାଦାଲେଙ୍କ ପାଖରେ ରହିବ।ଲକ୍ଷ୍ମୀ ମିତ୍ତଲ ନିଜେ ରାଜସ୍ଥାନର ସାଦୁଲପୁରରେ ଜନ୍ମଗ୍ରହଣ କରିଥିବାରୁ ଏହି ଟିମ୍ କିଣିବା ତାଙ୍କ ପାଇଁ ଏକ ଭାବପ୍ରବଣ ମୁହୂର୍ତ୍ତ। ସେ କହିଛନ୍ତି, “ମୁଁ କ୍ରିକେଟକୁ ବହୁତ ଭଲପାଏ ଏବଂ ମୋ ପରିବାର ରାଜସ୍ଥାନର, ତେଣୁ ରାଜସ୍ଥାନ ରୟାଲ୍ସ ସହ ଯୋଡ଼ି ହେବା ମୋ ପାଇଁ ଗର୍ବର ବିଷୟ।

Exit mobile version