Nababharat News

ଆପ୍ ଛାଡ଼ି ଭାଜପାରେ ମିଶିଲେ ରାଘବ ଚଢାଙ୍କ ସମେତ ୭ ସାଂସଦ

ନୂଆଦିଲ୍ଲୀ: ଦେଶର ରାଜନୈତିକ ମହଲରେ ଏକ ବଡ଼ ଧରଣର ବିପର୍ଯ୍ୟୟ ଦେଖିବାକୁ ମିଳିଛି। ଆମ୍ ଆଦମୀ ପାର୍ଟି (ଏଏପି)ର ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ରାଘବ ଚଢା ଦଳରୁ ଇସ୍ତଫା ଦେବା ସହ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି। ଶୁକ୍ରବାର ନୂଆଦିଲ୍ଲୀସ୍ଥିତ ଦଳୀୟ କାର୍ଯ୍ୟାଳୟରେ ବିଧିବଦ୍ଧ ଭାବେ ସେ ପଦ୍ମ ଶିବିରରେ ସାମିଲ ହୋଇଛନ୍ତି। ରାଘବଙ୍କ ସମେତ ଆଉ ୬ ଜଣ ଏଏପି ସାଂସଦ ମଧ୍ୟ ଭାଜପାରେ ଯୋଗ ଦେଇଛନ୍ତି। ଏହି ନେତାମାନଙ୍କ ମଧ୍ୟରେ ଅଶୋକ ମିତ୍ତଲ, ସନ୍ଦୀପ ପାଠକ, ପୂର୍ବତନ କ୍ରିକେଟର ହରଭଜନ ସିଂହ, ସ୍ୱାତୀ ମାଲିୱାଲ, ରାଜିନ୍ଦର ଗୁପ୍ତା ଏବଂ ବିକ୍ରମ ସାହାଣୀ ସାମିଲ ଅଛନ୍ତି। ନୂଆଦିଲ୍ଲୀରେ ଅନୁଷ୍ଠିତ ଏହି ମିଶ୍ରଣ ପର୍ବରେ ବହୁ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ସେମାନେ ଦଳୀୟ ସଦସ୍ୟତା ଗ୍ରହଣ କରିଛନ୍ତି।

Exit mobile version