Nababharat News

ପହଲଗାମ ଆକ୍ରମଣରେ ବଡ ସଫଳତା: ୨ ଜଣ ଗିରଫ

ପହଲଗାମରେ ୨୨ ଏପ୍ରିଲରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ମାମଲାରେ ଜାତୀୟ ତଦନ୍ତକାରୀ ସଂସ୍ଥା ଏନଆଇଏକୁ ମିଳିଛି ବଡ଼ ସଫଳତା । ଏହି ଆତଙ୍କବାଦୀ ଆକ୍ରମଣରେ ସମ୍ପୃକ୍ତ ଆତଙ୍କବାଦୀଙ୍କୁ ଆଶ୍ରୟ ଦେବା ଅଭିଯୋଗରେ ଏନଆଇଏ ୨ ଜଣଙ୍କୁ ଗିରଫ କରିଛି । ଉଭୟ ସନ୍ଦିଗ୍ଧ ବ୍ୟକ୍ତି ପହଲଗାମର ବାସିନ୍ଦା, ଆଉ ହମଲାରେ ସଂପୃକ୍ତ ଥିବା ଆତଙ୍କବାଦୀ, ପାକିସ୍ତାନୀ ଆତଙ୍କବାଦୀ ସଙ୍ଗଠନ ଲସ୍କର-ଏ-ତୈବା ସହ ଜଡିତ ଥିଲେବୋଲି ସେମାନେ ସ୍ୱୀକାର କରିଛନ୍ତି l ପହଲଗାମରେ ଆତଙ୍କବାଦୀ ଆକ୍ରମଣ ସମୟରେ ୨୬ ଜଣ ନିର୍ଦ୍ଦୋଷ ପର୍ଯ୍ୟଟକଙ୍କ ମୃତ୍ୟୁ ଏବଂ ୧୬ ଜଣଙ୍କୁ ଗୁରୁତର ଆହତ କରିଥିବା ଭୟଙ୍କର ଆକ୍ରମଣକାରୀ ଆତଙ୍କବାଦୀଙ୍କୁ ଆଶ୍ରୟ ଦେବା ଅଭିଯୋଗରେ ଏନଆଇଏ ଏହି ୨ ଜଣଙ୍କୁ ଗିରଫ କରିଛି । ତଦନ୍ତକାରୀ ସଂସ୍ଥା ଏହାର ବିବୃତ୍ତିରେ କହିଛି ଯେ ପହଲଗାମର ବାଟକୋଟର ପରଭେଜ ଅହମ୍ମଦ ଜୋଥାର ଏବଂ ପହଲଗାମର ହିଲ୍ ପାର୍କର ବଶିର ଅହମ୍ମଦ ଜୋଥାର ଆକ୍ରମଣରେ ସମ୍ପୃକ୍ତ ୩ ଜଣ ସଶସ୍ତ୍ର ଆତଙ୍କବାଦୀଙ୍କ ପରିଚୟ ପ୍ରକାଶ କରିଛନ୍ତି ଏବଂ ସେମାନେ ନିଷିଦ୍ଧ ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୈବା , ଏଲଇଟି ସହିତ ଜଡିତ ପାକିସ୍ତାନୀ ନାଗରିକ ବୋଲି ମଧ୍ୟ ନିଶ୍ଚିତ କରିଛନ୍ତି ।ଏନଆଇଏର ତଦନ୍ତ ଅନୁଯାୟୀ, ଗିରଫ ପରଭେଜ ଅହମ୍ମଦ ଏବଂ ବଶିର ଅହମ୍ମଦ ଆକ୍ରମଣ ପୂର୍ବରୁ ହିଲ୍ ପାର୍କର ଏକ ଋତୁକାଳୀନ କୁଡ଼ିଆରେ ଜାଣିଶୁଣି ୩ ଜଣ ସଶସ୍ତ୍ର ଆତଙ୍କବାଦୀଙ୍କୁ ଆଶ୍ରୟ ଦେଇଥିଲେ। ସେମାନେ ଉଭୟ ଆତଙ୍କବାଦୀଙ୍କୁ ଖାଦ୍ୟ, ଆଶ୍ରୟ ଏବଂ ଲଜିଷ୍ଟିକ୍ ସମର୍ଥନ ଯୋଗାଇଥିଲେ l

Exit mobile version