Nababharat News

୨୪ ତମ ଜାତୀୟ ପାରା ଆଥଲେଟିକ୍ ଚାମ୍ପିୟାନସିପ ଉଦଯାପିତ:୫ ଟି ସ୍ବର୍ଣ୍ଣ ସହିତ ୧୭ଟି ପଦକ ପାଇଲା ଓଡିଶା

ଭୁବନେଶ୍ୱର: ଶନିବାର ଦିନ ୨୪ ତମ ଜାତୀୟ ପାରା ଆଥଲେଟିକ୍ ଚାମ୍ପିୟାନସିପ କଳିଙ୍ଗ ଷ୍ଟାଡିଅମ ଠାରେ ଉଦଯାପିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସମସ୍ତ ବିଜେତା ଆଥଲେଟ ମାନଙ୍କୁ ପୁରସ୍କୃତ କରିବା ସହିତ ଆଗାମୀ ସମୟରେ ସମସ୍ତ ଖେଳରେ ନିଜର ପରିଶ୍ରମ ଅବ୍ୟାହତ ରଖିବାପାଇଁ ପରାମର୍ଶ ଦେଇଥିଲେ । ସମସ୍ତ ଆଥଲେଟ ମାନଙ୍କୁ ଆଗାମୀ ଏସିଆନ ପାରା ଗେମ୍ସ ରେ ଦେଶ ପାଇଁ ଗୌରବ ଆଣିବାକୁ କହିଥିଲେ ଏବଂ ଏହି ଅବସରରେ ଓଡିଶା କଣ୍ଟିଜେଣ୍ଟର ୪୦ଜଣ ଆଥଲେଟଙ୍କୁ ସ୍ୱତନ୍ତ୍ର ଅଭିନନ୍ଦନ ଜଣାଇଥିଲେ । ସୂଚନା ଯୋଗ୍ୟଯେ ଉକ୍ତ ଚମ୍ପିୟନସିପ୍ ରେ ୨୮ଟି ରାଜ୍ୟର ୧୪୬୦ ଜଣ ପାରା-ଆଥଲେଟ୍ ଭାଗ ନେଇଥିଲେ। ଉଦଯାପନୀ ଦିବସରେ ମୁଖ୍ୟମନ୍ତ୍ରୀ ଚମ୍ପିୟାନ ଦଳ ଭାବେ ହରିୟାଣା (ପ୍ରଥମ) (୯୫ଟି ମେଡାଲ), ତାମିଲନାଡ଼ୁ (ଦ୍ଵିତୀୟ)(୫୧ଟି ମେଡାଲ ), ଏବଂ ଗୁଜୁରାଟ (ତୃତୀୟ) (୩୦ଟି ମେଡାଲ)ଙ୍କୁ ପୁରସ୍କୃତ କରିବା ସହିତ ବିଭିନ୍ନ ସ୍ତରରେ ବିଜେତା ଆଥଲେଟ ମାନଙ୍କୁ ପୁରସ୍କୃତ କରିଥିଲେ। ଏହି ଚମ୍ପିୟନସିପ୍ ରେ ଓଡ଼ିଶା ୫ଟି ସ୍ବର୍ଣ୍ଣ ପଦକ ସହିତ ସମୁଦାୟ ୧୭ଟି ମେଡାଲ ପାଇଛି ।

Exit mobile version