ନୂଆଦିଲ୍ଲୀ: ଭାରତୀୟ ରାଷ୍ଟ୍ରୀୟ ଛାତ୍ର ସଂଗଠନର ଅଧ୍ୟକ୍ଷ ହୋଇଛନ୍ତି ବିନୋଦ ଜାଖଡ଼ । ଆଜି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଏମଏସୟୁଆଇର ଅଧ୍ୟକ୍ଷ ନିଯୁକ୍ତି କରିଛନ୍ତି । ଦଳର ମହାସଚିବ କେସି ବେଣୁ ଗୋପାଳ ବିଜ୍ଞପ୍ତି ଜାରିଆରେ ଜଣାଇଛନ୍ତି । ଜାଖଡ଼ ବରୁଣ ଚୌଧୁରୀଙ୍କ ସ୍ଥାନରେ ନିଯୁକ୍ତି ପାଇଛନ୍ତି । ଛାତ୍ର ସଂଗଠନର ରାଷ୍ଟ୍ରୀୟ ଅଧ୍ୟକ୍ଷ ହେବାରେ ସେ ପ୍ରଥମ ରାଜସ୍ଥାନୀ ଅଟନ୍ତି । ସିଏ ରାଜସ୍ଥାନର ଏନଏସୟୁଆଇ ଅଧ୍ୟକ୍ଷ ଦାୟିତ୍ୱ ତୁଲାଉଥିଲେ । ସେ ରାଜସ୍ଥାନ ବିଶ୍ୱ ବିଦ୍ୟାଳୟର ଛାତ୍ର ସଂଘ ସଭାପତି ମଧ୍ୟ ରହିସାରିଛନ୍ତି । ସେ ରାଜନୀତି ବିଜ୍ଞାନରେ ସ୍ନାତକ ଏବଂ ପରେ ସ୍ନାତକୋତ୍ତର ହାସଲ କରିଛନ୍ତି । ୨୦୧୮ରେ ସେ ରାଜସ୍ଥାନ ବିଶ୍ୱବିଦ୍ୟାଳୟରେ ସ୍ୱାଧୀନ ପ୍ରାର୍ଥୀଭାବେ ନିର୍ବାଚନ ଲଢ଼ିଥିଲେ ଏବଂ ବିଜୟ ହାସଲ କରିଥିଲେ । ଏହା ପରେ ୨୦୨୪ରେ ରାଜସ୍ଥାନ ଛାତ୍ର ସଂଗଠନ ଅଧ୍ୟକ୍ଷ ହୋଇଥିଲେ ।
ବିନୋଦ ଜାଖଡ଼ ହେଲେ ଏନଏସୟୁଆଇ ରାଷ୍ଟ୍ରୀୟ ଅଧ୍ୟକ୍ଷ
