Nababharat News

ବିଜେପିର ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେଲେ ନୀତିନ ନବୀନ

ନୂଆଦିଲ୍ଲୀ: ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେଇଛନ୍ତି ୪୫ ବର୍ଷୀୟ ନୀତିନ ନବୀନ । ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ବିଜେପିର ୧୨ତମ ଅଧ୍ୟକ୍ଷଙ୍କ ନାଁ ଘୋଷଣା ହୋଇଛି । ଗତକାଲି ନିନ୍ଦ୍ୱନ୍ଦରେ ନିର୍ବାଚିତ ହୋଇଥିଲେ । ତାଙ୍କ ସପକ୍ଷରେ ୩୮ ସେଟ୍ ନାମାଙ୍କନ ଦାଖଲ ହୋଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ୍ ଶାହଙ୍କ ସମେତ ଟପ୍ ନେତା ପ୍ରସ୍ତାବକ ଥିଲେ । ନୀତିନଙ୍କ ଦାୟିତ୍ୱ ଗ୍ରହଣ ବିଜେପିର ସଂକଳ୍ପ ପର୍ବରେ ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ବଡ଼ ସେଲିବ୍ରେସନ ହୋଇଛି ।ଗୃହମନ୍ତ୍ରଣାଳୟ ତରଫରୁ ନୀତିନ ନବୀନଙ୍କୁ Z କ୍ୟାଟେଗୋରୀ ସୁରକ୍ଷା ପ୍ରଦାନ କରାଯାଇଛି । ଏହି ସୁରକ୍ଷା ତାଙ୍କୁ ଅଧ୍ୟକ୍ଷ ହେବା ପୂର୍ବରୁ ମିଳିଛି । ନୀତିନ ନବୀନଙ୍କ ସୁରକ୍ଷା ଦାୟିତ୍ବ ଏବେ କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ(ସିଆରପିଏଫ) କମାଣ୍ଡୋ କରିବେ । ସୂଚନା ଅନୁଯାଇ ଏହି ନିଷ୍ପତ୍ତି ଇଣ୍ଟେଲେିଜେନ୍ସୀ ବ୍ୟୁରୋର ରିପୋର୍ଟ ଅନୁସାରେ ନିଆଯାଇଛି । ସମ୍ଭାବ୍ୟ ବିପଦକୁ ଦେଖି ଉଚ୍ଚସ୍ତରୀୟ ସୁରକ୍ଷା ସୁପାରିଶ କରାଯାଇଥିଲା । ପରେ ଗୃହ ମନ୍ତ୍ରଣାଳୟ Z କ୍ୟାଟେଗୋରୀ ସୁରକ୍ଷାକୁ ମଞ୍ଜୁରୀ ଦେଇଛି ।

Exit mobile version