Nababharat News

ଏକଜିଟ ପୋଲ ଆକଳନ NDAକୁ ମିଳିପାରେ ବହୁମତ

ବିହାର : ବିହାର ବିଧାନସଭା ନିର୍ବାଚନର ଦ୍ୱିତୀୟ ତଥା ଅନ୍ତିମ ପର୍ଯ୍ୟାୟ ମତଦାନ ଶେଷ ହୋଇଛି । ୨୪୩ଆସନ ବିଶିଷ୍ଟ ବିହାର ବିଧାନସଭାରେ ପ୍ରଥମ ପର୍ଯ୍ୟାୟରେ ୧୨୧ କ୍ଷେତ୍ରରେ ମତଦାନ ହୋଇଥିବା ବେଳେ ଅନ୍ତିମ ପର୍ଯ୍ୟାୟରେ ୧୨୨ଟି ଆସନ ପାଇଁ ଭୋଟ ପଡିଛି । ଉଭୟ ପର୍ଯ୍ୟାୟରେ ଯଥାକ୍ରମେ ୧୩୧୪ ଓ ୧୩୦୨ (ମୋଟ୍ ୨୬୨୬) ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ ହୋଇଛି । ପ୍ରଥମ ପର୍ଯ୍ୟାୟରେ ୬୪.୪୬ ପ୍ରତିଶତ ରେକର୍ଡ ମତଦାନ ହୋଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ୬୭.୧୪ ପ୍ରତିଶତ ସହ ବମ୍ପର ଭୋଟିଂ ହୋଇଛି । ଚଳିତ ଥର ରେକର୍ଡ ସଂଖ୍ୟକ ଭୋଟର ନିଜ ନେତା ବାଛିଥିବା ବେଳେ ଫଳାଫଳକୁ ଅପେକ୍ଷା । ଏଥର ମହାମେଣ୍ଟ ବନାମ ଏନଡିଏରେ କାହାର ବାଜିମାତ ହେଉଛି ତାହା ଉପରେ ପୁରା ଦେଶର ନଜର । ତେବେ ରେଜଲ୍ଟ ପୂର୍ବରୁ ଆସିଛି ଏକଜିଟ ପୋଲ ଆକଳନ ।ମାଟ୍ରିଜ- ଆଇଏଏନଏସ,ଚାଣକ୍ୟ ଏକଜିଟ ପୋଲ,ପିପୁଲ୍ସ ଇନସାଇଟ ଏକଜିଟ ପୋଲ,ଟାଇମ୍ସ ଅଫ ଇଣ୍ଡିଆ,ଏବଂ ପିପୁଲ୍ସ ପଲ୍ସ ଆକଳନ ଅନୁଯାୟୀ ଏନଡିଏ ବହୁମତ ବିଜୟ ହାସଲ କରିପାରେ l

Exit mobile version