Nababharat News

ମୋଦୀ-ସନା ତକାଇଚୀ ଶିଖର ବୈଠକ: ଏକାଧିକ ଚୁକ୍ତି ସ୍ୱାକ୍ଷର

ନୂଆଦିଲ୍ଲୀ: ଆଜି ନୂଆଦିଲ୍ଲୀରେ ଭାରତ-ଜାପାନ ଶିଖର ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଜାପାନର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ସନା ତକାଇଚୀଙ୍କର ଏହା ପ୍ରଥମ ଭାରତ ଗସ୍ତ । ଏହି ସମ୍ମିଳନୀରେ ଉଭୟ ଦେଶ ମଧ୍ୟରେ ଫାର୍ମା, ପ୍ରତିରକ୍ଷା, ବୈଷୟିକ, ସେମିକଣ୍ଡକ୍ଟର୍, କୃତ୍ରିମ ବୁଦ୍ଧିମତା (ଏଆଇ), ପରିବହନ ଏବଂ ଆର୍ଥିକ ନିବେଶକୁ ନେଇ ଦ୍ୱିପାକ୍ଷିକ ଚୁକ୍ତି ହୋଇଛି ।ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଇ ଦେଶ ମଧ୍ୟରେ ସୁସମ୍ପର୍କ ଉପରେ ଆଲୋକପାତ କରିଛନ୍ତି । ମୋଦୀ ଜାପାନ ପ୍ରଧାନମନ୍ତ୍ରୀଙ୍କୁ ସାନ ଭଉଣୀ ଭାବରେ ସମ୍ବୋଧିତ କରି ଭାରତକୁ ସ୍ୱାଗତ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଦୁଇ ଦେଶର ସମ୍ପର୍କ ଉପରେ ଜୋର ଜି-୭ ଶିଖର ସମ୍ମିଳନୀର ମନ୍ତବ୍ୟକୁ ଦୋହରାଇ କହିଛନ୍ତି ଯେ ବର୍ତ୍ତମାନ ବାଣିଜ୍ୟିକ ସଙ୍କଟ ମଧ୍ୟରେ ଉଭୟଙ୍କ ଉପରେ ବିଶ୍ୱାସ ସବୁଠାରୁ ବୃହତ ରଣନୈତିକ ଶକ୍ତି । ଭାରତ ଏବଂ ଜାପାନର ଚୁକ୍ତି ଏହି ବିଶ୍ୱାସକୁ ଆହୁରି ମଜବୁତ କରିଛି । ଅନେକ ବର୍ଷ ଧରି ଅଟୋମୋବାଇଲଠାରୁ ଆରମ୍ଭ କରି ବୈଦ୍ୟୁତିକ ପର୍ଯ୍ୟନ୍ତ ଜାପାନ ଭାରତର ବିଶ୍ୱାସକୁ ଜିତିଛି । ଆଉ ପ୍ରଧାନମନ୍ତ୍ରୀ ତକାଇଚିଙ୍କ ଗସ୍ତରୁ ଏହି ସ୍ୱତନ୍ତ୍ର ରଣନୀତି ଏବଂ ବାଣିଜ୍ୟିକ ସମ୍ପର୍କରେ ଏକ ନୂତନ ଅଧ୍ୟାୟ ଆରମ୍ଭ ହୋଇଛି । ଭାରତ ଏବଂ ଜାପାନ ମଧ୍ୟରେ କେବଳ ଆର୍ଥିକ ସମ୍ପର୍କ ନୁହେଁ ବରଂ ବିଶ୍ୱାସ, ଓ ଲୋକତାନ୍ତ୍ରିକ ମୂଲବୋଧର ସୁଦୃଢ଼ ସମ୍ପର୍କ । ଆଗାମୀ ଭବିଷ୍ୟତରେ ଏହି ବୁଝାମଣା ଦୁଇ ଦେଶର ବିକାଶ ସହିତ ସମ୍ପୂର୍ଣ୍ଣ ହିନ୍ଦ-ପ୍ରଶାନ୍ତ କ୍ଷେତ୍ରରେ ଶାନ୍ତି, ସ୍ଥିରତା ଏବଂ ସମୃଦ୍ଧିରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବା ନେଇ ପ୍ରଧାନମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି ।

Exit mobile version