ନୂଆଦିଲ୍ଲୀ: ମଣିପୁରରେ ସରିଲା ରାଷ୍ଟ୍ରପତି ଶାସନ । ଏକ ବର୍ଷ ପରେ ହଟିଛି ରାଷ୍ଟ୍ରପତି ଶାସନ । ବୁଧବାର ସଂନ୍ଧ୍ୟାରେ ମଣିପୁରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ୟୁମନାମ ଖେମଚାନ୍ଦ । ଅଜୟ ଭଲ୍ଲା ଲୋକଭବନରେ ଗୋପନୀୟତାର ଶପଥପାଠ କରାଇଛନ୍ତି । ୟୁମନାମ ଖେମଚାନ୍ଦ ସିଂହଙ୍କୁ ମଣିପୁରରେ ଜଣେ ଅଭିଜ୍ଞ ଏବଂ ଶକ୍ତିଶାଳୀ ନେତା । ଏନ. ବୀରେନ ସିଂହଙ୍କ ସରକାରରେ, ଖେମଚାନ୍ଦ ସିଂହ ଗ୍ରାମୀଣ ବିକାଶ ଏବଂ ପଞ୍ଚାୟତିରାଜ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗରେ କାର୍ଯ୍ୟ କରିଥିଲେ । ବିଧାନସଭା ବାଚସ୍ପତି ଭାବରେ ତାଙ୍କର ନିରପେକ୍ଷ କାର୍ଯ୍ୟଶୈଳୀକୁ ନେଇ ଚର୍ଚ୍ଚାରେ ରହିଥିଲେ ।
ମଣିପୁରକୁ ମିଳିଲେ ନୂଆ ମୁଖ୍ୟମନ୍ତ୍ରୀ
