Nababharat News

ଆତ୍ମସମର୍ପଣ କଲେ ୫୧ ଜଣ ମାଓବାଦୀ

ଛତିଶଗଡ: ବିଜାପୁର ଏବଂ ସୁକୁମା ଜିଲ୍ଲାରେ ଅସ୍ତ୍ରଶସ୍ତ୍ର ସହିତ ପୁଲିସ ଏବଂ ସି.ଆର୍‍.ପି.ଏଫ୍‍. ବରିଷ୍ଠ ଅଧିକାରୀଙ୍କ ନିକଟରେ ମୋଟ ୫୧ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଏହି ମାଓବାଦୀଙ୍କ ଉପରେ ୧ କୋଟି ୬୧ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା। ବିଜାପୁର ଜିଲ୍ଲାରେ ୩୦ ଜଣ ମାଓବାଦୀ ହିଂସାର ପଥ ପରିତ୍ୟାଗ କରି ସମାଜର ମୁଖ୍ୟଧାରାକୁ ଫେରିବାକୁ ନିଷ୍ପତ୍ତି ନେଇଥିଲେ। ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ମଧ୍ୟରେ ୨୦ ଜଣ ମହିଳା ମାଓବାଦୀ ଅଛନ୍ତି। ସେମାନଙ୍କ ଉପରେ ୮୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା। ସେମାନେ ପୋଲିସ ଏବଂ ସି.ଆର୍‌.ପି.ଏଫ୍‌.ର ବରିଷ୍ଠ ଅଧିକାରୀଙ୍କ ସମ୍ମୁଖରେ ଆତ୍ମସମର୍ପଣ କରିଥିଲେ। ସୁକମା ଜିଲ୍ଲାରେ ଶନିବାର ୨୧ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ସେମାନଙ୍କ ଉପରେ ୭୬ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା।

Exit mobile version