ନୂଆଦିଲ୍ଲୀ: ତ୍ତରାଖଣ୍ଡର କେଦାରନାଥରେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣା ଗୌରୀକୁଣ୍ଡ ନିକଟରେ ହୋଇଛି । ହେଲିକପ୍ଟରରେ ଥିବା ସମସ୍ତ ୭ ଜଣଙ୍କର ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣା ଖରାପ ପାଗ ଯୋଗୁଁ ଘଟିଛି। ଏହି ଦୁର୍ଘଟଣାକୁ ଦୃଷ୍ଟିରେ ରଖି ଉତ୍ତରାଖଣ୍ଡ ସରକାର ଚାରଧାମ ଯାତ୍ରାରେ ହେଲିକପ୍ଟର ସେବା ବନ୍ଦ କରିଦେଇଛନ୍ତି । ଆଗାମୀ ଆଦେଶ ଯାଏଁ ହେଲିକପ୍ଟର ସେବାକୁ ବନ୍ଦ ରଖାଯାଇଛି ।କେଦାରନାଥରେ ହେଲିକପ୍ଟର ଦୁର୍ଘଟଣା ପରେ UKADA ଏବଂ DGCA ଏହି ନିଷ୍ପତ୍ତି ନେଇଛନ୍ତି ।ଉତ୍ତରାଖଣ୍ଡ ସରକାର ଏହି ଦୁର୍ଘଟଣା ଉପରେ ଦୁଃଖ ପ୍ରକାଶ କରିଛନ୍ତି । ଉତ୍ତରାଖଣ୍ଡ ରାଜ୍ୟରେ ହେଲିକପ୍ଟର ଦୁର୍ଘଟଣାକୁ ଗମ୍ଭୀରତାର ସହ ନେଇ, ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ହେଲିକପ୍ଟର ପରିଚାଳନା ସମ୍ପର୍କରେ କଡ଼ା ନିର୍ଦ୍ଦେଶ ଜାରି କରିଛନ୍ତି । ସେ ହେଲିକପ୍ଟର ସେବା ପରିଚାଳନା ସମ୍ପର୍କରେ ଏକ SOP ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଯେଉଁଥିରେ ଉଡ଼ାଣ ପୂର୍ବରୁ ହେଲିକପ୍ଟରର ବୈଷୟିକ ଅବସ୍ଥା ଯାଞ୍ଚ କରିବା ଏବଂ ପାଗ ବିଷୟରେ ସଠିକ୍ ସୂଚନା ନେବା ବାଧ୍ୟତାମୂଳକ କରାଯିବା ଉଚିତ । ଏଥିପାଇଁ ସେ ଏକ କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।ମୁଖ୍ୟମନ୍ତ୍ରୀ ଧାମି ମୁଖ୍ୟ ସଚିବଙ୍କୁ ବୈଷୟିକ ବିଶେଷଜ୍ଞଙ୍କ ଏକ କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି କମିଟି ହେଲିକପ୍ଟର ପରିଚାଳନାର ସମସ୍ତ ବୈଷୟିକ ଏବଂ ସୁରକ୍ଷା ଦିଗଗୁଡ଼ିକୁ ପୁଙ୍ଖାନୁପୁଙ୍ଖ ସମୀକ୍ଷା କରିବ ଏବଂ ତା’ପରେ ଏକ SOP ପ୍ରସ୍ତୁତ କରିବ ।ସୂଚନାଯୋଗ୍ୟ, କେଦାରନାଥରେ ଗୌରୀକୁଣ୍ଡ ଏବଂ ତ୍ରିଜୁଗୀନାରାୟଣ ନାରାୟଣ ମଧ୍ୟରେ କ୍ରାସ୍ ହେଲା ହେଲିକପ୍ଟର । ଦୁର୍ଘଟଣାରେ ୭ ଯାତ୍ରୀଙ୍କ ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ ଆର୍ୟନ କମ୍ପାନୀର ହେଲିକପ୍ଟର କ୍ରାସ୍ ହୋଇଛିI
କେଦାରନାଥ ହେଲିକପ୍ଟର ଦୁର୍ଘଟଣାରେ ସାତ ମୃତ।
