Nababharat News

JSSC-CGL ପରୀକ୍ଷାକୁ ବାତିଲ କଲେ ଝାଡ଼ଖଣ୍ଡ ସରକାର

ଝାଡ଼ଖଣ୍ଡ: ବହୁ ବାଦବିବାଦ ପରେ JSSC-CGL ପରୀକ୍ଷାକୁ ବାତିଲ କରିବାକୁ ଘୋଷଣା କରିଛନ୍ତି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ l ସିଜିଏଲ୍ ସହିତ ଟିଡିପିଏଲ୍ ଦ୍ୱାରା ପରିଚାଳିତ ହୋଇଥିବା ସମସ୍ତ ନିଯୁକ୍ତି ପରୀକ୍ଷାକୁ ମଧ୍ୟ ସରକାର ରଦ୍ଦ କରିଦେଇଛନ୍ତି। ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ସ୍ପଷ୍ଟ କରିଛନ୍ତି ଯେ, ଟିଡିପିଏଲ୍ ଅଧୀନରେ ହୋଇଥିବା ସମସ୍ତ ପରୀକ୍ଷା, ପରୀକ୍ଷାଫଳ ଏବଂ ସମ୍ବନ୍ଧିତ ସମସ୍ତ ନିଯୁକ୍ତି ପ୍ରକ୍ରିୟାକୁ ତୁରନ୍ତ ପ୍ରଭାବରୁ ବାତିଲ କରାଯାଇଛି। ଏଥିସହିତ ୨୦୧୪ ମସିହାରୁ ଝାଡ଼ଖଣ୍ଡରେ ହୋଇଥିବା ସମସ୍ତ ନିଯୁକ୍ତି ପରୀକ୍ଷାରେ ଅନିୟମିତତାକୁ ନେଇ ଯେଉଁ ସବୁ ଅଭିଯୋଗ ଆସିଥିଲା, ସେଗୁଡ଼ିକର ଏବେ ସିଆଇଡି (CID) ତଦନ୍ତ କରିବ। ଏହି ତଦନ୍ତ ପ୍ରକ୍ରିୟାକୁ ଅଧିକ ନିରପେକ୍ଷ ଏବଂ ସ୍ୱଚ୍ଛ କରିବା ପାଇଁ ସରକାର ଜଣେ ଅବସରପ୍ରାପ୍ତ ହାଇକୋର୍ଟ ବିଚାରପତିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ତଦନ୍ତ କମିଟି ମଧ୍ୟ ଗଠନ କରିବେ।ଉଲ୍ଲେଖଯୋଗ୍ୟ ଯେ, ଗତ ୨୪ ଦିନ ଧରି ରାଜଧାନୀ ରାଞ୍ଚିରେ ଛାତ୍ରଛାତ୍ରୀମାନେ ନିଯୁକ୍ତି ପରୀକ୍ଷାରେ ସ୍ୱଚ୍ଛତା ଓ ମେଧାବୀଙ୍କ ସ୍ୱାର୍ଥରକ୍ଷା ପାଇଁ ଅହରହ ଆନ୍ଦୋଳନ ଜାରି ରଖିଥିଲେ। ଛାତ୍ରମାନଙ୍କର ଅଭିଯୋଗ ଥିଲା ଯେ ପରୀକ୍ଷା ପ୍ରକ୍ରିୟାରେ ବ୍ୟାପକ ଅନିୟମିତତା ହେଉଛି। ଏହି ନିଷ୍ପତ୍ତି ପରେ ରାଜ୍ୟରେ ନିଯୁକ୍ତି ଅପେକ୍ଷାରେ ଥିବା ହଜାର ହଜାର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏକ ପ୍ରକାର ଆଶ୍ୱସ୍ତି ଦେଖିବାକୁ ମିଳିଛି।

Exit mobile version