Nababharat News

ପ୍ରକାଶ ପାଇଲା JEE ମେନ ୨୦୨୬ ରେଜଲ୍ଟ

ନୂଆଦିଲ୍ଲୀ: ସୋମବାର ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) JEE ମେନ୍ ୨୦୨୬ ସେସନ୍ ୧ ଫଳାଫଳ ପ୍ରକାଶ କରିଛି। ପେପର୍ ୧ (BE/BTech) ପାଇଁ ପରୀକ୍ଷା ଦେଇଥିବା ପ୍ରାର୍ଥୀ ମାନେ ଏବେ ଅଫିସିଆଲ୍ ୱେବସାଇଟ୍: jeemain.nta.nic.in କୁ ଯାଇ ସେମାନଙ୍କର ଫଳାଫଳ ଡାଉନଲୋଡ୍ କରିପାରିବେ। JEE ମେନ୍ ୨୦୨୬ ପରୀକ୍ଷା ଜାନୁଆରୀ ୨୧, ୨୨, ୨୩, ୨୪ ଏବଂ ୨୮ ରେ କମ୍ପ୍ୟୁଟର ବେସଡ୍ ଟେଷ୍ଟ (CBT) ମୋଡ୍ ରେ ଅନୁଷ୍ଠିତ ହୋଇଥିଲା। ଏହି ପରୀକ୍ଷା ଦେଶର ୩୨୬ ସହର ଏବଂ ବିଦେଶର ୧୫ ସହରର ୬୫୮ କେନ୍ଦ୍ରରେ ଅନୁଷ୍ଠିତ ହୋଇଥିଲା। ଏହି ପରୀକ୍ଷା ୧୩ ଟି ଭାଷାରେ କରା ଯାଇଥିଲା। ସରକାରୀ ତଥ୍ୟ ଅନୁଯାୟୀ, ଚଳିତ ବର୍ଷ ମୋଟ ୧୩୫୫୨୯୩ ଜଣ ପ୍ରାର୍ଥୀ ପଞ୍ଜିକରଣ କରିଥିଲେ। ସେମାନଙ୍କ ମଧ୍ୟରୁ ୪୬୭,୮୧୭ ଜଣ ମହିଳା ଏବଂ ୮୮୭,୪୭୬ ଜଣ ପୁରୁଷ ଥିଲେ। ମୋଟ ୧,୩୦୪,୬୫୩ ଜଣ ପ୍ରାର୍ଥୀ ପରୀକ୍ଷା ଦେଇଥିଲେ।୨୦୨୬ ମସିହାର JEE ମେନ୍ ପେପର୍ ୧ (ବିଇ/ବିଟେକ୍)ରେ ୧୨ ଜଣ ପ୍ରାର୍ଥୀ ୧୦୦ ଏନଟିଏ ସ୍କୋର ହାସଲ କରିଛନ୍ତି। ଏହି ଟପ୍ ୧୨ରେ ଓଡିଆ ପୁଅ ଭବେଶ ପାତ୍ର ମଧ୍ୟ ଅଛନ୍ତି l

Exit mobile version