ନୂଆଦିଲ୍ଲୀ:ଇରାନ ଉପରେ ବଡ଼ ଆକ୍ରମଣ ଲାଗି ଆମେରିକା ଓ ଇସ୍ରାଏଲ ଜୋରସୋର ଉଦ୍ୟମ କରୁଥିବା ସୂଚନା ମିଳିଛି। ଗତ କିଛି ସପ୍ତାହ ଧରି ଆମେରିକା ଓ ଇସ୍ରାଏଲର ପ୍ରସ୍ତୁତି ପୁଣି ଥରେ ପଶ୍ଚିମ ଏସିଆରେ ବଡ଼ ଧରଣର ସଙ୍କଟ ନେଇ ଆଶଙ୍କା ସୃଷ୍ଟି କରୁଛି। ମଧ୍ୟପ୍ରାଚ୍ୟରେ ବର୍ତ୍ତମାନ ୨ଟି ଆମେରିକୀୟ ଏୟାରକ୍ରାଫ୍ଟ କ୍ୟାରିଅର ମୁତୟନ ହୋଇଥିବାବେଳେ ତୃତୀୟଟି ଅଧାବାଟରେ ରହିଛି। ସେପଟେ ସମ୍ଭାବ୍ୟ ଉତ୍ତେଜନା ନେଇ ଆମେରିକା ଓ ଭାରତ ଆଡଭାଇଜରୀ ଜାରି କରିଛନ୍ତି।ଆସନ୍ତା ଦୁଇ ସପ୍ତାହରେ ଆମେରିକା ଓ ଇସ୍ରାଏଲ ନିର୍ବାଚନ ହେବାକୁ ଯାଉଥିବାବେଳେ ସମ୍ଭବତଃ ଖୁବ୍ ଶୀଘ୍ର ଏହି ହମଲା ହେବା ଆଶଙ୍କା କରାଯାଉଛି। ଆସନ୍ତା ୨୭ରେ ଇସ୍ରାଏଲରେ ନିର୍ବାଚନ ହେବାକୁ ଯାଉଥିବାବେଳେ ନଭେମ୍ବର ୩ରେ ହେବାକୁ ଯାଉଛି ଆମେରିକା ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ। ଆମେରିକା ନିକଟରେ ଇରାନ ଆତ୍ମସମର୍ପଣ କରିବାକୁ ଚାହୁଁନଥିବାବେଳେ ଆମେରିକା ଦିନକୁ ଦିନ ଉଗ୍ର ହେବାରେ ଲାଗିଛି। ପଶ୍ଚିମ ଏସିଆ ଅଭିମୁଖେ ବର୍ତ୍ତମାନ ଗତି କରୁଛି USS ଥିଓଡର ରୁଜଭେଲ୍ଟ। ସେଥିରେ ୭ ହଜାର ସୈନିକ ଓ ୨ ହଜାର ମାରିନ ଫୋର୍ସ ଅଛନ୍ତି। ବର୍ତ୍ତମାନ ପଶ୍ଚିମ ଏସିଆରେ USS ଜର୍ଜ HW ବୁଶ୍ USS ଜର୍ଜ ୱାଶିଂଟନ ଓ ବହୁ F-53 ବିମାନ ଡେରାପକାଇଛନ୍ତି। ଏପରିକି ଇରାନରamerica iran ଶକ୍ତି ଭିତ୍ତିଭୂମି ଓ ଆଣବିକ ସ୍ଥଳୀକୁ ନଷ୍ଟ କରିବା ଲାଗି ଆମେରିକା ଅତି ଶକ୍ତିଶାଳୀ ବୋମା ବା ମଦର ଅଫ ଅଲ୍ ବମ୍ବସ ପ୍ରସ୍ତୁତ ରଖିଥିବା ସୂଚନା ମିଳିଛି।
ଇରାନ ଉପରେ ବଡ଼ ଆକ୍ରମଣ ପାଇଁ ଆମେରିକା ଓ ଇସ୍ରାଏଲ ର ପ୍ରସ୍ତୁତି :ସମ୍ଭାବ୍ୟ ଉତ୍ତେଜନା ନେଇ ଆମେରିକା ଓ ଭାରତ ସରକାରଙ୍କ ଆଡଭାଇଜରୀ ଜାରି
