ନୂଆଦିଲ୍ଲୀ: ଆଇପିଏସ୍ ଅମିତେନ୍ଦ୍ର ନାଥ ସିହ୍ନା ସିଆରପିଏଫ ଆଇଜି ଥିବା ବେଳେ ତାଙ୍କୁୁ ବିଏସଏଫ୍ ଆଇଜି ଭାବେ ନିଯୁକ୍ତି ମିଳିଛି। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏକ ଆନୁଷ୍ଠାନିକ ବିଜ୍ଞପ୍ତି ଜାରି କରାଯାଇଛି। ଏହି ବିଜ୍ଞପ୍ତି ଅନୁଯାୟୀ, ୨୦୨୮ ଜୁଲାଇ ୧୦ ତାରିଖ ପର୍ଯ୍ୟନ୍ତ ବିଏସଏଫ୍ ଆଇଜି ଦାୟିତ୍ୱରେ ରହିବେ ବୋଲି କେନ୍ଦ୍ର ବିଜ୍ଞପ୍ତିନାମାରେ ଉଲ୍ଲେଖ ରହିଛି। ଏହି ବଦଳି ‘ଲାଟେରାଲ ଶିଫ୍ଟ’ ଆଧାରରେ ହୋଇଥିବାରୁ,ଏହା ତାଙ୍କର କେନ୍ଦ୍ରୀୟ ଡେପୁଟେସନ କାର୍ଯ୍ୟକାଳର ଏକ ଅଂଶ ବିଶେଷ ଅଟେ। ଅମିତେନ୍ଦ୍ର ନାଥ ସିହ୍ନା ହେଉଛନ୍ତି ୨୦୦୨ ବ୍ୟାଚ୍ର ଜଣେ ଆଇପିଏସ୍ ଅଫିସର । ତାଙ୍କ ଘର ବିହାରରେ ବୋଲି ସୂଚନା ମିଳିଛି। ସେ ୨ ସେପ୍ଟେମ୍ବର ୨୦୦୨ରେ ଭାରତୀୟ ପୋଲିସ୍ ସେବାରେ ଯୋଗ ଦେଇଥିଲେ । ପ୍ରାୟ ୨୪ ବର୍ଷ ଧରି ସେ ପୋଲିସ ସେବାରେ ଅଛନ୍ତି। ସେ LLB ଏବଂ LLM ଯୋଗ୍ୟତା ହାସଲ କରିଛନ୍ତି। କେନ୍ଦ୍ରକୁ ଯିବା ପୂର୍ବରୁ,ସେ ଓଡ଼ିଶା ପୋଲିସର କ୍ରାଇମ୍ ବ୍ରାଞ୍ଚରେ ଇନ୍ସପେକ୍ଟର ଜେନେରାଲ୍ ଭାବରେ କାର୍ଯ୍ୟ କରିଥିଲେ। ଜୁନ୍ ୨୦୨୩ରେ,ଗୃହ ମନ୍ତ୍ରଣାଳୟ ତାଙ୍କୁ (CRPF) ରେ ଇନ୍ସପେକ୍ଟର ଜେନେରାଲ୍ ଭାବରେ ନିଯୁକ୍ତ କରିବାକୁ ଅନୁମୋଦନ ଦେଇଥିଲା।
ଆଇପିଏସ୍ ଅମିତେନ୍ଦ୍ର ନାଥ ସିହ୍ନାଙ୍କୁ ବିଏସଏଫ୍ ଆଇଜି ଦାୟିତ୍ୱ
