Nababharat News

ଭାରତ-ରୁଷ ମଧ୍ୟରେ ୭ ଚୁକ୍ତି ସ୍ୱାକ୍ଷରିତ

ନୂଆଦିଲ୍ଲୀ: ଭାରତ ଯାତ୍ରାରେ ଆସିଥିବା ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆଜି ସକାଳେ ରାଜଘାଟ ଯାଇ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ରାଜଘାଟର ସ୍ମାରିକାରେ ପୁତିନ ଦସ୍ତଖତ ମଧ୍ୟ କରିଛନ୍ତି । ଏହା ପରେ ରାଷ୍ଟ୍ରପତି ଭାବନରେ ତାଙ୍କୁ ଗାର୍ଡ ଅଫ ଅନର ଦିଆଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ପୁତିନ ସିଧାସଳଖ ହାଇଦ୍ରାବାଦ ହାଉସ ପହଞ୍ଚିଥିଲେ ଏବଂ ଏଠାରେ ଦୁଇ ନେତାଙ୍କ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଦ୍ୱିପାକ୍ଷିକ ଆଲୋଚନା ଏବଂ ଚୁକ୍ତି ସ୍ୱାକ୍ଷରିତ ହୋଇଛି । ଚୁକ୍ତି ସ୍ୱାକ୍ଷରିତ ପରେ ଦୁଇ ଶୀର୍ଷ ନେତୃତ୍ୱ ପୁତିନ ଏବଂ ମୋଦୀ ମିଳିତ ସାମ୍ବାଦିକ ସମ୍ମିଳନୀରେ ସମ୍ବୋଧନ କରିଛନ୍ତି । ଭାରତ ରୁଷ ନାଗରିକଙ୍କ ପାଇଁ ବିନା ଶୁଳ୍କରେ ଇ-ଟୁରିଷ୍ଟ ଭିଜା ଲାଗୁ କରିବାକୁ ଘୋଷଣା କରିଛି । ଯାହାର ବୈଧତା ଏକ ମାସ ପାଇଁ ରହିବ । ସେହିପରି ରୁଷ ମଧ୍ୟ ବିନା ଦ୍ୟୁଧାରେ ଭାରତକୁ ତୈଳ ପରିବହନ ଜାରି ରଖିବ ବୋଲି ଘୋଷଣା କରିଛି । ଦୁଇ ଦିନିଆ ଭାରତ ଗସ୍ତରେ ଆସିଥିବା ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ପରସ୍ପରର ସମ୍ପର୍କକୁ ମଜବୁତ କରିବା ଏବଂ ପରସ୍ପରର ବିକାଶ ପାଇଁ ଆର୍ଥିକ ସହଯୋଗ କରିବାକୁ ସହମତି ପ୍ରକାଶ କରିଛନ୍ତି । ଭାରତ-ରୁଷ ମଧ୍ୟରେ ୭ଟି ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ହେଉଛି ପ୍ରବାସନ ଏବଂ ସହଭାଗିତା ଚୁକ୍ତି, ଅସ୍ଥାୟୀ ଶ୍ରମ ଗତିବିଧି, ସ୍ୱାସ୍ଥ୍ୟ ସେବା ଓ ମେଡ଼ିକାଲ ଶିକ୍ଷା , ଖାଦ୍ୟ ସୁରକ୍ଷା ଏବଂ ମାନକ, ପୋଲାର୍ ଜାହାଜ, ସାମୁଦ୍ରିକ ସହଯୋଗ ଏବଂ ଏବଂ ଫର୍ଟିଲାଇଜର୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରପତି ପୁତିନ ଚୁକ୍ତି ପତ୍ର ଆଦାନ ପ୍ରଦାନ କରିଛନ୍ତି ।

Exit mobile version