ପଞ୍ଜାବ : ଆପ୍ ବିଧାୟକ ହରମିତ ସିଂ ପୋଲିସକୁ ଗୁଳି କରି ଜେଲରୁ ଫେରାର ହୋଇଯାଇଛନ୍ତି । ବିଧାୟକ ଜଣେ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ ପରେ ଗିରଫ କରାଯାଇଥିଲା । ତେବେ ପୋଲିସ ଥାନାକୁ ନେଇ ଯାଉଥିବା ବେଳେ ବିଧାୟକ ଜଣକ ଫେରାର ହୋଇଯାଇଛନ୍ତି । ଖବର ଅନୁଯାୟୀ, ପଞ୍ଜାବର ଆପ ବିଧାୟକ ହରମିତ୍ ସିଂହ ପଠାଣମାଜରା ପୋଲିସ ହେପାଜତରୁ ଖସି ପଳାଇଛନ୍ତି । ଜଣେ ମହିଳାଙ୍କ ଅଭିଯୋଗ ଆଧାରରେ ବିଧାୟକଙ୍କୁ ଗିରଫ କରାଯାଇଥିଲା, ଯେଉଁଥିରେ ସେ ଅଗଷ୍ଟ ୨୫ ତାରିଖରେ ଭିଡିଓ ଲିକ୍ କରିବା ଏବଂ ତାଙ୍କୁ ହତ୍ୟା ଧମକ ଦେବାର ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୋଲିସ ଗିରଫ କରିବାକୁ ଯାଇଥିଲା କିନ୍ତୁ ଖବର ଜାଣିବା ମାତ୍ରେ ପଠାଣମାଜରା ପଞ୍ଜାବରୁ ହରିୟାଣା ପଳାଇ ସେଠାରେ ଲୁଚି ରହିଥିଲେ । ପୋଲିସ ହରିୟାଣାରେ ଚଢାଉ କରି ବିଧାୟକଙ୍କୁ ଗିରଫ କରି ସ୍ଥାନୀୟ ପୋଲିସ ଷ୍ଟେସନକୁ ନେଉଥିବା ବେଳେ ପଠାଣମାଜରା ଏବଂ ତାଙ୍କ ସହଯୋଗୀମାନେ ରାସ୍ତାରେ ପୋଲିସ ଉପରେ ଗୁଳି ଚଳାଇଥିଲେ । ଆପ୍ ବିଧାୟକ ହରମିତ ସିଂ ଏବଂ ତାଙ୍କ ସାଥି ଫେରାର ହେବା ସମୟରେ ପୋଲିସକୁ ଗୁଳିମାରିବା ସହିତ ଅନ୍ୟ ଜଣକୁ ଗାଡ଼ି ଚଢାଇ ଦେଇଛନ୍ତି । ଘଟଣାରେ ଜଣେ ପୋଲିସ ଆହତ ହୋଇଛନ୍ତି । ବିଧାୟକ ଏବଂ ତାଙ୍କ ସାଥି ଦୁଇଟି ଗାଡି ନେଇ ଫେରାର ହୋଇଯାଇଛନ୍ତି । ଗୋଟିଏ ଗାଡ଼ିକୁ ପୋଲିସ ଜବତ କରିଥିବା ବେଳେ ଅନ୍ୟ ଗାଡ଼ିରେ ବିଧାୟକ ଫେରାର ଅଛନ୍ତି । ପୋଲିସ ଟିମ୍ ବିଧାୟକଙ୍କୁ ଖୋଜୁଛି ।
ଆପ୍ ବିଧାୟକ ହରମିତ ସିଂ ପୋଲିସ ହେପାଜତରୁ ଫେରାର
