ନୂଆଦିଲ୍ଲୀ: ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ସମସ୍ତ ପ୍ରଭାବିତ ରୁଟ୍ ପାଇଁ ସର୍ବାଧିକ ଭଡା ସୀମା ସ୍ଥିର କରିଛି । ସରକାର ବିମାନ କମ୍ପାନୀଗୁଡ଼ିକୁ ବ୍ୟକ୍ତିଗତ ରୁଟ ପାଇଁ ଯାତ୍ରୀମାନଙ୍କଠାରୁ ସ୍ଥିର ଭଡା ଅପେକ୍ଷା ଅଧିକ ଆଦାୟ ନକରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସରକାର ୫୦୦ କିଲୋମିଟର ପର୍ଯ୍ୟନ୍ତ ଯାତ୍ରା ପାଇଁ ସର୍ବାଧିକ ଭଡ଼ା ୭୫୦୦ ଟଙ୍କା ସ୍ଥିର କରିଛନ୍ତି । ଏହା ବ୍ୟତୀତ ୫୦୦ ରୁ ୧୦୦୦ କିଲୋମିଟର ଯାତ୍ରା ପାଇଁ ସର୍ବାଧିକ ଭଡ଼ା ୧୨,୦୦୦ ଟଙ୍କା ଏବଂ ୧୦୦୦ ରୁ ୧୫୦୦ କିଲୋମିଟର ଯାତ୍ରା ପାଇଁ ସର୍ବାଧିକ ଭଡ଼ା ୧୫,୦୦୦ ଟଙ୍କା ସ୍ଥିର କରାଯାଇଛି । ଭାରତର ସବୁଠାରୁ ବଡ଼ ବିମାନ କମ୍ପାନୀ ଇଣ୍ଡିଗୋ ଗତ ୫ ଦିନ ଧରି ପରିଚାଳନାଗତ ସଙ୍କଟର ସମ୍ମୁଖୀନ ହେଉଛି । ଏହି ସଙ୍କଟ ଯୋଗୁଁ, ଇଣ୍ଡିଗୋ ଗତ ୫ ଦିନରେ ହଜାର ହଜାର ଉଡ଼ାଣ ବାତିଲ କରିଛି ।
ବିମାନ ଭଡା ସ୍ଥିର କଲେ ସରକାର
