Nababharat News

ନିର୍ମାଣାଧୀନ ଇଥାନଲ ପ୍ଲାଣ୍ଟରେ ଅଗ୍ନିକାଣ୍ଡ, ୪ ଶ୍ରମିକ ଗୁରୁତର

ନୟାଗଡ଼: ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ଗାତେରୀ ଗାଁ ରେ ଆଜି ନିର୍ମାଣାଧୀନ ଇଥାନଲ ପ୍ଲାଣ୍ଟରେ ଅଗ୍ନିକାଣ୍ଡ ଘଟିଛି। ଏହି ଦୁର୍ଘଟଣାରେ କାମ କରୁଥିବା ୪ ଜଣ ଶ୍ରମିକ ଗୁରୁତର ଭାବେ ଆହତ ହୋଇଛନ୍ତି। ସେମାନଙ୍କ ଶରୀରର ପ୍ରାୟ ୫୦ ପ୍ରତିଶତ ପୋଡ଼ିଯାଇଥିବା ଖବର ମିଳିଛି। ସୂଚନା ଥାଉ ଯେ, ଇଥାନଲ ପ୍ଲାଣ୍ଟରେ ବିଭିନ୍ନ ଯନ୍ତ୍ରପାତିର ପରୀକ୍ଷଣ ଚାଲିଥିବା ବେଳେ ହଠାତ୍ ନିଆଁ ଲାଗିଯାଇଥିଲା। କିଛି ମୁହୂର୍ତ୍ତ ମଧ୍ୟରେ ନିଆଁ ଭୟଙ୍କର ରୂପ ନେଇଥିଲା ଓ କାମ କରୁଥିବା ୪ ଜଣ ଶ୍ରମିକ ଏହା ଭିତରେ ଫସିଯାଇଥିଲେ। ଘଟଣା ପରେ ସ୍ଥାନୀୟ ଲୋକ ଓ କର୍ମଚାରୀମାନେ ଆହତମାନଙ୍କୁ ଉଦ୍ଧାର କରି ପ୍ରଥମେ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେମାନଙ୍କ ଅବସ୍ଥା ଗୁରୁତର ହେବାରୁ ଚିକିତ୍ସା ପାଇଁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଖବର ମିଳିଛି ଯେ ଆହତ ଚାରିଜଣ ଶ୍ରମିକ ନୟାଗଡ଼ର ସ୍ଥାନୀୟ ବାସିନ୍ଦା। ଅଗ୍ନିକାଣ୍ଡର ପ୍ରକୃତ କାରଣ ଜାଣିବା ପାଇଁ ନୂଆଗାଁ ପୋଲିସ ତଦନ୍ତ ଆରମ୍ଭ କରିଛି।

Exit mobile version