Nababharat News

ସନ୍ଧ୍ୟା ସୁଦ୍ଧା ପଶ୍ଚିମବଙ୍ଗରେ ୮୯.୯୩ % ଓ ତାମିଲନାଡୁରେ ୮୨.୨୪% ମତଦାନ

ନୂଆଦିଲ୍ଲୀ: ପଶ୍ଚିମ ବଙ୍ଗର ୧୬ଟି ଜିଲ୍ଲାର ୧୫୨ଟି ଆସନରେ ଆଜି ଭୋଟଗ୍ରହଣ ଜୋରଦାର ଭାବରେ ଚାଲିଥିବା ବେଳେ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ପ୍ରାୟ ୯୦ ପ୍ରତିଶତ ଭୋଟ ପଡ଼ିଥିବା ନିର୍ବାଚନ ଆୟୋଗ ସୂଚନା ଦେଇଛନ୍ତି । ଏକମାତ୍ର ପର୍ଯ୍ୟାୟରେ ଭୋଟ ହେଉଥିବା ତାମିଲନାଡୁରେ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ୮୨.୨୪ ପ୍ରତିଶତ ଭୋଟ ପଡ଼ିଛି। ପୂର୍ବତନ ନିର୍ବାଚନରେ ଏହି ହାର ୭୨ ପ୍ରତିଶତ ଥିଲା ବୋଲି ସୂଚନା ମିଳିଛି। ଏହିଥର ପ୍ରାୟ ୯୫ ଲକ୍ଷ ଭୋଟରଙ୍କୁ ଭୋଟର ତାଲିକାରୁ ବାହାର କରାଯାଇଥିବା ଖବର ମଧ୍ୟ ଆସିଛି। ଦୁଇଟି ରାଜ୍ୟର ଅନ୍ତିମ ଭୋଟ ହାର ସନ୍ଧ୍ୟା ୮ଟା ପର୍ଯ୍ୟନ୍ତ ପ୍ରକାଶ ପାଇବା ଆଶା କରାଯାଉଛି।

Exit mobile version