Nababharat News

ଆଚମ୍ବିତ କଲା ବିହାରର ବାଙ୍କୀପୁର ଉପନିର୍ବାଚନ ଫଳାଫଳ:ଭୁଶୁଡିଗଲା ବିଜେପି ଗଡ଼

ବିହାର: ବିହାର ରାଜନୀତିରେ ଏକ ବଡ଼ ଧରଣର ପରିବର୍ତନ ଦେଖିବାକୁ ମିଳିଛି। ବହୁଚର୍ଚ୍ଚିତ ବାଙ୍କିପୁର ବିଧାନସଭା ଉପନିର୍ବାଚନରେ ‘ଜନ ସୁରାଜ ପାର୍ଟି’ ମୁଖ୍ୟ ପ୍ରଶାନ୍ତ କିଶୋର ନିଜର ପ୍ରଥମ ପ୍ରତ୍ୟକ୍ଷ ନିର୍ବାଚନରେ ହିଁ ଐତିହାସିକ ବିଜୟ ହାସଲ କରିଛନ୍ତି।। ବଡ଼ ବ୍ୟବଧାନରେ ସେ ଭାଜପା ପ୍ରାର୍ଥୀ ନୀରଜ ସିହ୍ନାଙ୍କୁ ହରାଇ ଭାଜପାର ୩୫ ବର୍ଷର ଗଡ଼କୁ ଭାଙ୍ଗିଛନ୍ତି। ପୋଷ୍ଟାଲ ବାଲାଟ ଗଣନାରୁ ହିଁ ସେ ଅଗ୍ରଣୀ ରହିଥିଲେ। ଅନ୍ତିମ ଫଳାଫଳ ଅନୁଯାୟୀ, ପ୍ରଶାନ୍ତ କିଶୋର ୬୩,୨୦୩ ଭୋଟ ପାଇ ବିଜୟୀ ହୋଇଛନ୍ତି। ସେ ଭାଜପା ପ୍ରାର୍ଥୀ ନୀରଜ ସିହ୍ନାଙ୍କୁ ୧୮,୯୫୩ ଭୋଟରେ ପରାସ୍ତ କରିଛନ୍ତି।ବାଙ୍କିପୁର ରାଜଧାନୀ ପାଟନାର ଏକ ଗୁରୁତ୍ୱପୂର୍ଣ୍ଣ ବିଧାନସଭା ଆସନ। ଏହା ପୂର୍ବରୁ ଭାଜପାର ଜାତୀୟ ଅଧ୍ୟକ୍ଷ ନିତିନ ନବୀନଙ୍କ ଆସନ ଥିଲା। ସେ ରାଜ୍ୟ ସଭାକୁ ଯିବା ପରେ ଏହି ଆସନରେ ଉପନିର୍ବାଚନ ହୋଇଥିଲା।ବିଜେପି ପକ୍ଷରୁ ପ୍ରାୟ ୪୦ ଜଣ ତାରକା ପ୍ରଚାରକ ନିର୍ବାଚନ ପ୍ରଚାର କରିଥିଲେ । ସେଥିରେ କେନ୍ଦ୍ରମନ୍ତ୍ରୀ, ରାଜ୍ୟ ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ, ଚିରାଗ ପାଶୱାନ, ରବି ଶଙ୍କର ପ୍ରସାଦ, ମନୋଜ ତିୱାରୀ, ରବି କିଶନଙ୍କ ସମେତ ବିଭିନ୍ନ ସମ୍ପ୍ରଦାୟର ନେତାମାନେ ସାମିଲ ଥିଲେ। ତଥାପି ବିଜେପି ନିଜର ଗଡ଼କୁ ବଞ୍ଚାଇ ପାରିନି।

Exit mobile version