ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୁଟାନରୁ ଫେରିବା ପରେ ସିଧାସଳଖ ଲାଲକିଲ୍ଲା ବିସ୍ଫୋରଣରେ ଆହତଙ୍କୁ ଦିଲ୍ଲୀ ସ୍ଥିତ ଏଲଏନଜେପି ହସପିଟାଲରେ ଭେଟିଛନ୍ତି । ପ୍ରଧାନମନ୍ତ୍ରୀ ଆହତଙ୍କୁ ବ୍ୟକ୍ତିଗତ ଭାବେ ସାକ୍ଷାତ କରି ଶୀଘ୍ର ସୁସ୍ଥ ହେବାକୁ କାମନା କରିଛନ୍ତି । ହସପିଟାଲର ଡାକ୍ତର ପୀଡିତଙ୍କ ଚିକିତ୍ସା ସ୍ଥିତି ବିଷୟରେ ସୂଚନା ଦେଇଛନ୍ତି । ଦିଲ୍ଲୀ ବିସ୍ଫୋରଣ ପରେ ଭୁଟାନରୁ ମୋଦି କହିଥିଲେ, ଷଡଯନ୍ତ୍ରରେ ସାମିଲ ଥିବା କୌଣସି ବ୍ୟକ୍ତିଙ୍କୁ ଛଡାଯିବ ନାହିଁ ।ସୂଚନାଯୋଗ୍ୟ, ଦିଲ୍ଲୀର ଲାଲକିଲ୍ଲା ନିକଟରେ ହୋଇଥିବା ଭୟଙ୍କର ବିସ୍ଫୋରଣ ରେ ୧୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ, ୨୦ରୁ ଅଧିକ ଆହତ ହୋଇଥିଲେ। ଅନେକଙ୍କ ଅବସ୍ଥା ଗୁରୁତର ରହିଛି । ବିସ୍ଫୋରଣରେ ପ୍ରାଣ ହରାଇଥିବା ପ୍ରତ୍ୟେକ ମୃତକଙ୍କ ପରିବାରକୁ ୧୦ ଲକ୍ଷ ରାଶି ଘୋଷଣା କରାଯାଇଛି । ସ୍ଥାୟୀଭାବେ ଭିନ୍ନକ୍ଷମ ହୋଇଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ୫ ଲକ୍ଷ ଏବଂ ପ୍ରତ୍ୟେକ ଗୁରୁତରଙ୍କୁ ୨ ଲକ୍ଷ ଟଙ୍କା ପ୍ରଦାନ କରାଯିବ ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଘୋଷଣା କରିଛନ୍ତି ।
ହସପିଟାଲରେ ଆହତଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ
