Nababharat News

ଦିଲ୍ଲୀ ବ୍ଲାଷ୍ଟ ଘଟଣା ଆତ୍ମଘାତୀ ନୁହେଁ, ଆକସ୍ମିକ ଥିଲା ବିସ୍ଫୋରଣ

ନୂଆଦିଲ୍ଲୀ: ଦିଲ୍ଲୀ ବିସ୍ଫୋରଣ ଆତ୍ମଘାତୀ ନଥିଲା। ବିସ୍ଫୋରକ ନେଇ ଯାଉଥିବା ସମୟରେ ଭୁଲ୍ ବଶତଃ ବିସ୍ଫୋରଣ ଘଟିଥିଲା ବୋଲି ଗୁଇନ୍ଦା ସୂତ୍ରରୁ ସୂଚନା ମିଳିଛି। ଜାତୀୟ ଖବର ସରବରାହ ସଂସ୍ଥା ଏଏନଆଇ ସହ ଅନ୍ୟ ଜାତୀୟ ଗଣମାଧ୍ୟମରେ ଏ ସମ୍ପର୍କିତ ଖବର ପ୍ରକାଶ ପାଇଛି।
ସୋମବାର ଦିନ ଦେଶବ୍ୟାପୀ ଆତଙ୍କବାଦୀ ସନ୍ଦେହଜନକ ବ୍ୟକ୍ତିମାନଙ୍କ ଉପରେ ଚଢ଼ାଉ କରାଯାଇଥିଲା। ହରିୟାଣାର ଫରିଦାବାଦରେ ୨,୯୦୦ କିଲୋଗ୍ରାମ ବୋମା ତିଆରିରେ ବ୍ୟବହୃତ ରାସାୟନିକ ପଦାର୍ଥ ଜବତ ହୋଇଥିଲା। ଯାହା ଏଥିରେ ଜଡିତ ବ୍ୟକ୍ତିମାନଙ୍କୁ ଆତଙ୍କିତ କରିଥିଲା । ଫଳରେ ସେମାନେ ସ୍ଥାନ ପରିବର୍ତ୍ତନ କରିବାକୁ ବାଧ୍ୟ ହୋଇଥିଲେ ବୋଲି ରିପୋର୍ଟ ପ୍ରକାଶ ପାଇଛି । ବିସ୍ଫୋରକ ସାମଗ୍ରୀ ନେଇ ଯାଉଥିବା ସମୟରେ ଆକସ୍ମିକ ବିସ୍ଫୋରଣ ଘଟିଥିବା ତଦନ୍ତକାରୀ ଅଧିକାରୀମାନେ କହିଛନ୍ତି। ଅନ୍ୟପଟେ ବିସ୍ଫୋରଣ ମାମଲାରେ ପୋଲିସ ଏବଂ ଗୁଇନ୍ଦା ଏଜେନ୍ସୀ ଏହି ମାମଲାରେ ଅନେକ ଲୋକଙ୍କୁ ଗିରଫ କରିଛି। ଏମାନଙ୍କ ମଧ୍ୟରେ ସବୁଠାରୁ ଚର୍ଚ୍ଚିତ ନାମ ହେଉଛି ଡ. ସାଜିଦ ଅହମ୍ମଦ ଏବଂ ଉମର। ସାଜିଦ ଦୁଇଦିନ ତଳେ ବିବାହ କରିଥିଲେ। ଆଉ ଏହି ବିସ୍ଫୋରଣର ମୁଖ୍ୟ ଷଡଯନ୍ତ୍ରକାରୀ ହେଉଛନ୍ତି ସାଜିଦ। ସାଜିଦ ଫରିବାବାଦର ଅଲଫଲା ୟୁନିଭରସିଟିରେ ସିନିଅର ରେଜିଡେଣ୍ଟ ଭାବେ କାମ କରୁଥିଲେ। ସେହିପରି ଉମର କାର୍ ବିସ୍ଫୋରଣରେ ମୃତ୍ୟୁବରଣ କରିଥିବା ଜଣାପଡିଛି। ଡାକ୍ତର ଉମର ମଧ୍ୟ ଷଡଯନ୍ତ୍ରର ମାଷ୍ଟରମାଇଣ୍ଡ ଥିଲା। ଅନ୍ୟପଟେ ଷଡଯନ୍ତ୍ରର ଡାକ୍ତର ଉମରର ମାଙ୍କ ଡିଏନଏ ନମୁନା ସଂଗ୍ରହ କରାଯାଇଛି। ଉମରଙ୍କ ମୃତଦେହକୁ ଚିହ୍ନିବା ପାଇଁ ଜମ୍ମୁ କଶ୍ମୀର ପୋଲିସ ଦିଲ୍ଲୀ ପୋଲିସକୁ ନମୁନା ହସ୍ତାନ୍ତର କରିଛି। ଏହି ଘଟଣାକୁ ନେଇ ଗୃହ ମନ୍ତ୍ରଣାଳୟ ବଡ଼ ବୈଠକ ଡାକିଥିଲା। ଗୃହ ମନ୍ତ୍ରୀ ଅମିତ ଶାହ ସମସ୍ତ ଯାଞ୍ଚ ଏଜେନ୍ସୀର ଅଧିକାରୀଙ୍କ ସହିତ ବୈଠକ କରିଥିଲେ। ଏହି ବୈଠକରେ ଗୃହ ସଚିବ, ଏଆଇଏ ଡିଜି ସମେତ ଯାଞ୍ଚ ଏଜେନ୍ସୀର ଅଧିକାରୀ ରହିଥିଲେ। ଗୃହ ମନ୍ତ୍ରଣାଳୟ ଯାଞ୍ଚ ଦାୟିତ୍ବ ଏନଆଇଏକୁ ହସ୍ତାନ୍ତର କରିଛି।

Exit mobile version