ନୂଆଦିଲ୍ଲୀ: ଦେଶରେ ୧ ମାର୍ଚ୍ଚ ୨୦୨୭ରୁ ଜାତି ଭିତ୍ତିକ ଜନଗଣନା କରାଯିବ। ଏନେଇ ଗୃହ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ସରକାର ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ସୂଚନା ଅନୁଯାୟୀ, ସମଗ୍ର ଦେଶରେ ଜାତିଗତ ଜନଗଣନା ଆରମ୍ଭ ହେବା ପୂର୍ବରୁ, ଅକ୍ଟୋବର ୨୦୨୬ରୁ ଜମ୍ମୁ ଏବଂ କଶ୍ମୀର, ଲଦାଖ, ଉତ୍ତରାଖଣ୍ଡ ଭଳି ପାହାଡ଼ିଆ ଅଞ୍ଚଳରେ ଜନଗଣନା ଆରମ୍ଭ ହେବ l ଏହି ଜନଗଣନା ଦୁଇଟି ପର୍ଯ୍ୟାୟରେ କରାଯିବ ଏବଂ ଏଥିରେ ସାରା ଦେଶର ପୁରୁଷ ଏବଂ ମହିଳାମାନଙ୍କୁ ପଚରାଯିବା ପାଇଁ ପ୍ରଶ୍ନର ଏକ ଲମ୍ବା ତାଲିକା ରହିବ। ଏଥିରେ ଜାତି ଏବଂ ଉପଜାତି ସହିତ ଜଡିତ ପ୍ରଶ୍ନ ମଧ୍ୟ ରହିବ।ଏପ୍ରିଲ ୩୦ରେ ସରକାର ନିଶ୍ଚିତ କରିଥିଲେ ଯେ, ଜାତି ସହିତ ଜଡିତ ପ୍ରଶ୍ନ, ଅର୍ଥାତ୍ ବିଭିନ୍ନ ଜାତି ଏବଂ ଉପଜାତିର ଗଣନା ଏବଂ ପ୍ରତ୍ୟେକଟିରେ ଲୋକଙ୍କ ସଂଖ୍ୟା ପରବର୍ତ୍ତୀ ଜନଗଣନାର ଅଂଶ ହେବ। ଶେଷ ଜାତୀୟ ଜନଗଣନା ୨୦୧୧ ରେ କରାଯାଇଥିଲା। କରୋନା ମହାମାରୀ ଯୋଗୁ ୨୦୨୧ ଜନଗଣନାକୁ ସ୍ଥଗିତ ରଖିବାକୁ ପଡିଥିଲା। ଫଳରେ ୧୬ ବର୍ଷ ପରେ ୨୦୨୭ରେ ଜନଗଣନା ହେବ ।
ମାର୍ଚ୍ଚ ୨୦୨୭ରୁ ହବ ଜନଗଣନା
