Nababharat News

କ୍ୟାବିନେଟ ରେ ୮ ପ୍ରସ୍ତାବକୁ ମିଳିଲା ମଞ୍ଜୁରୀ :ଏବେ କେରଳ ହେବ କେରଳମ

ନୂଆଦିଲ୍ଲୀ: ସେବା ତୀର୍ଥ ରେ ମଙ୍ଗଳ ବାର ଦିନ ପ୍ରଥମ କ୍ୟାବିନେଟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି । କ୍ୟାବିନେଟ ବୈଠକରେ ୧୨,୨୩୬ କୋଟି ଟଙ୍କାର ଆଠଟି ପ୍ରମୁଖ ନିଷ୍ପତ୍ତିକୁ ଅନୁମୋଦନ ମିଳିଛି ଏହା ସହିତ କେରଳର ନାମ ‘କେରଳମ’ କରିବା ପ୍ରସ୍ତାବକୁ ଅନୁମୋଦନ ମିଳିଛି । ନାମ ପରିବର୍ତ୍ତନ ପାଇଁ ଦୀର୍ଘ ଦିନରୁ ଦାବି ହୋଇଆସୁଥିଲା । କ୍ୟାବିନେଟ ବୈଠକରେ ଗୋଣ୍ଡିଆ (ମହାରାଷ୍ଟ୍ର)-ଜବଲପୁର (ମଧ୍ୟପ୍ରଦେଶ) ରେଳ ଲାଇନକୁ ଦୁଇଗୁଣ କରିବା ପାଇଁ ପ୍ରସ୍ତାବକୁ ମଧ୍ୟ ଅନୁମୋଦନ କରାଯାଇଛି। ପ୍ରକଳ୍ପ ପାଇଁ ୫,୨୩୬ କୋଟି ଟଙ୍କା ମଞ୍ଜୁର ହୋଇଛି। ପୁନର୍ଖ (ବିହାର)-କିଉଲ (ବିହାର) ତୃତୀୟ ଏବଂ ଚତୁର୍ଥ ଲାଇନ ପାଇଁ ୨,୬୬୮ କୋଟି ଟଙ୍କାର ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। ଏହା ସହିତ, ଗାମହାରିଆ (ଝାଡ଼ଖଣ୍ଡ)-ଚାଣ୍ଡିଲ ତୃତୀୟ ଏବଂ ଚତୁର୍ଥ ଲାଇନ ପାଇଁ ୧,୧୬୮ କୋଟି ଟଙ୍କାର ଏକ ପ୍ରକଳ୍ପକୁ ଅନୁମୋଦନ କରାଯାଇଛି lଶ୍ରୀନଗରରେ ୧,୦୬୭ କୋଟି ଟଙ୍କାର ଏକ ନୂତନ ସମନୱିତ ବିମାନବନ୍ଦର ଟର୍ମିନାଲ ପାଇଁ ଏକ ପ୍ରସ୍ତାବକୁ ମଧ୍ୟ ଅନୁମୋଦନ କରାଯାଇଛି। ଅହମଦାବାଦ (ଗୁଜରାଟ) ମେଟ୍ରୋ ଫେଜ ୨B ର ସମ୍ପ୍ରସାରଣକୁ ଅନୁମୋଦନ କରାଯାଇଛି, ୧,୦୬୭ କୋଟି ମଞ୍ଜୁର କରାଯାଇଛି। କଞ୍ଚା ପାଟ ପାଇଁ ସର୍ୱନିମ୍ନ ସହାୟକ ମୂଲ୍ୟ (MSP) ଚୂଡ଼ାନ୍ତ ହୋଇଛି, ଯାହାର ଖର୍ଚ୍ଚ ୪୩୦ କୋଟି। ବିଦ୍ୟୁତ କ୍ଷେତ୍ରରେ ସଂସ୍କାର ପାଇଁ ଏକ ନୀତିଗତ ନିଷ୍ପତ୍ତି ନିଆଯାଇଛି, ଯାହାର ମୋଟ ଖର୍ଚ୍ଚ ୧୨,୨୩୬ କୋଟି।

Exit mobile version