Nababharat News

ମୋଦୀଙ୍କ ପିତାଙ୍କୁ ନେଇ ଖଡ୍‌ଗେଙ୍କ ବିବାଦୀୟ ମନ୍ତବ୍ୟ ପରେ କଂଗ୍ରେସକୁ ବିଜେପିର କଡା ସମାଲୋଚନା

ନୂଆଦିଲ୍ଲୀ: ବିହାର ରାଜଧାନୀ ପାଟନାଠାରେ ରବିବାର ରାଜ୍ୟର ପ୍ରଥମ ମୁଖ୍ୟମନ୍ତ୍ରୀ ଶ୍ରୀକ୍ରିଷ୍ଣ ସିଂଙ୍କ ୧୩୯ତମ ଜୟନ୍ତୀ ଉତ୍ସବରେ ଖଡଗେ ଅତିଥି ଭାବେ ଯୋଗ ଦେଇଥିଲେ । ନିଜ ଭାଷଣ ପ୍ରସଙ୍ଗରେ ଖଡଗେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ହଟାଇବାକୁ ଆହ୍ୱାନ ଦେଉଥିଲେ । ଠିକ୍ ଏହି ସମୟରେ ଜଣେ ଦର୍ଶକ ସଭା ମଧ୍ୟରେ ଠିଆହୋଇ ମୋଦୀ ହଟିବେ ନାହିଁ ବୋଲି କହିଥିଲେ । ତାଙ୍କ କଥା ନ ସରୁଣୁ ଏଥିରେ ଉତକ୍ଷିପ୍ତ ହୋଇ ଖଡ୍‌ଗେ କହିଥିଲେ-‘ମୋଦୀ କା ବାପ୍ ଭି ଯାୟେଗା’ ଅର୍ଥାତ ମୋଦୀଙ୍କ ବାପା ବି ଯିବେ । କେବଳ ଥରେ ନୁହଁ, ଏହି ଗୋଟିଏ ବାକ୍ୟ ସେ ୩ ଥର ଉଚ୍ଚାରଣ କରିଥିଲେ । ଏହି ଘଟଣା ପରେ କଂଗ୍ରେସ କର୍ମୀମାନେ ସନ୍ତୋଷ କୁମାର ନାମକ ଉକ୍ତ ଦର୍ଶକଙ୍କୁ ପଦାକୁ ବାହାର କରିଦେଇଥିଲେ । ଏହି ଭିଡିଓ ସୋସିଆଲ ମିଡିଆରେ ପ୍ରସାରିତ ହେବା ପରେ ବିଜେପି ମହଲରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଖଡଗେଙ୍କ ବୟାନକୁ ନେଇ ରାଜନୀତିକ ବୟାନ ଯୁଦ୍ଧ ଆରମ୍ଭ ହୋଇଛି।କଂଗ୍ରେସ ଏପରି ବୟାନ ଦ୍ୱାରା ସବୁ ସୀମା ଟପି ଯାଇଛି ଓ ଖଡଗେ ଏଥିପାଇଁ କ୍ଷମା ମାଗନ୍ତୁ ବୋଲି ବିଜେପିର ଜଣଙ୍କ ପରେ ଜଣେ ନେତା ଦାବି କରିଛନ୍ତି।ସୋଶାଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ପୋଷ୍ଟ କରି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ କହିଛନ୍ତି, “କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଆଜି ପାଟନାରେ ମୋଦିଜୀଙ୍କ ପିତାଙ୍କ ସମ୍ପର୍କରେ ଅଶୋଭନୀୟ ମନ୍ତବ୍ୟ ଦେଇ ଶାଳୀନତାର ସମସ୍ତ ସୀମା ଅତିକ୍ରମ କରିଛନ୍ତି।”ମୋଦି ଓ ତାଙ୍କ ପରିବାରକୁ ନେଇ କଂଗ୍ରେସ ଅତୀତରେ ମଧ୍ୟ ଅନେକ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ଶାହ ଅଭିଯୋଗ କରିଛନ୍ତି। ଗତ ୧୨ ବର୍ଷ ଧରି ନିର୍ବାଚନରେ କ୍ରମାଗତ ପରାଜୟ ଯୋଗୁ କଂଗ୍ରେସ ହତାଶ ହୋଇପଡ଼ିଥିବା ଶାହ କହିଛନ୍ତି।

Exit mobile version