ଆଦିଲ୍ଲୀ : ବିହାରରେ ପୁଣି ଥରେ ଏନଡିଏ ସରକାର ଗଢ଼ିବାକୁ ଯାଉଛି । ସରକାର ଗଢ଼ିବାକୁ ଏନଡିଏକୁ ବାଛି ଥିବାରୁ ମୋଦି ସମସ୍ତ ବିହାର ବାସିନ୍ଦାଙ୍କୁ କୃତଜ୍ଞତା ଜଣାଇଛନ୍ତି । ବିହାର ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ମଧ୍ୟରେ ମୋଦିରେ ଏକ୍ସରେ ପୋଷ୍ଟ କରି କହିଛନ୍ତି, ସୁଶାସନ, ବିକାଶ, ଜନ କଲ୍ୟାଣର ଭାବନା ଏବଂ ସାମାଜିକ ନ୍ୟାୟର ବିଜୟ ହୋଇଛି । ମୋଦି ଲେଖିଛନ୍ତି ଯେ ୨୦୨୫ ବିଧାନସଭା ନିର୍ବାଚନରେ ଏନଡିଏକୁ ଐତିହାସିକ ଏବଂ ଅଭୂତପୂର୍ବ ବିଜୟ ପାଇଁ ଆଶୀର୍ବାଦ ଦେବା ପାଇଁ ବିହାରରେ ମୋର ପରିବାରର ସଦସ୍ୟମାନଙ୍କ ପ୍ରତି ମୋର ଗଭୀର କୃତଜ୍ଞତା। ଏହି ବିପୁଳ ଜନାଦେଶ ଆମକୁ ଲୋକଙ୍କ ସେବା କରିବା ଏବଂ ବିହାର ପାଇଁ ନୂତନ ସଂକଳ୍ପ ସହିତ କାମ କରିବାକୁ ସଶକ୍ତ କରିବ ।ଏନ୍ଡିଏର ବିପୁଳ ବିଜୟ ପରେ ନୀତୀଶ କୁମାର ଟ୍ବିଟ୍ କରି କହିଛନ୍ତି, ବିହାର ବିଧାନସଭା ନିର୍ବାଚନ ୨୦୨୫ ରେ ରାଜ୍ୟବାସୀ ଆମକୁ ବହୁମତ ଦେଇ ଆମ ସରକାରଙ୍କ ପ୍ରତି ବିଶ୍ବାସ ଦେଖାଇଛନ୍ତି।। ଏଥିପାଇଁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଏନଡିଏର ନେତାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଉଲ୍ଲେଖନୀୟ ଯେ, ବିହାର ବିଧାନସଭା ନିର୍ବାଚନରେ ଏନ୍ଡି ୨୪୩ରୁ ପ୍ରାୟ ୨୦୦ରୁ ଅଧିକ ଆସନରେ ଜିତି ପ୍ରଚଣ୍ଡ ବହୁମତରେ ସରକାର ଗଠନ କରିବାକୁ ଯାଉଛି। ସେଭଳି ପ୍ରାୟ ୯୦ ପ୍ରତିଶତ ଷ୍ଟ୍ରାଇକ୍ ରେଟ୍ ସହ ବିଜେପି ରାଜ୍ୟର ସବୁଠାରୁ ବଡ଼ ପାର୍ଟି ରୂପରେ ଉଭା ହୋଇଛି।
ବିହାରରେ ଏନ୍ଡିଏର ବିପୁଳ ବିଜୟ
