Nababharat News

ବିହାର କ୍ୟାବିନେଟ୍ ସମ୍ପ୍ରସାରଣ ମେ ୭ରେ

ନୂଆଦିଲ୍ଲୀ: ବିହାରରେ ଆସନ୍ତା ମେ ୭ ତାରିଖରେ ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ହେବାକୁ ଯାଉଛି। ରାଜନୀତିରେ ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିବ । ସୂଚନା ଅନୁଯାୟୀ, ପାଟନାର ଐତିହାସିକ ଗାନ୍ଧୀ ମଇଦାନରେ ଏହି ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମର ପ୍ରସ୍ତୁତି ପାଇଁ ଗାନ୍ଧୀ ମଇଦାନର ସମସ୍ତ ପ୍ରବେଶ ପଥକୁ ସାଧାରଣ ଜନତାଙ୍କ ନିମନ୍ତେ ବନ୍ଦ କରିଦିଆଯାଇଛି। ମିଳିଥିବା ରିପୋର୍ଟ ମୁତାବକ, ଏହି ସମ୍ପ୍ରସାରଣରେ ପ୍ରାୟ ୨୭ ଜଣ ନୂତନ ମନ୍ତ୍ରୀ ଶପଥ ଗ୍ରହଣ କରିବେ। ମେ ୬ ତାରିଖରେ ସମ୍ରାଟ ଚୌଧୁରୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ୍ ବୈଠକ ବସିବ ଏବଂ ତା’ର ପରଦିନ ଅର୍ଥାତ୍ ମେ ୭ରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ। ନୂତନ ମନ୍ତ୍ରିମଣ୍ଡଳରେ ଶାସକ ବିଜେପି ଏବଂ ଜେଡିୟୁ (JDU) ସମେତ ସହଯୋଗୀ ଦଳ ଏଲ୍‌ଜେପି (ରାମ ବିଳାସ), ଏଚ୍ଏଏମ୍ (HAM) ଏବଂ ଆରଏଲ୍‌ଏମ୍‌କୁ ମଧ୍ୟ ସ୍ଥାନ ମିଳିବ।

Exit mobile version