December 7, 2025 6:05 pm

ଓଡିଶାରେ ବିଜେପି ଏକାକୀ ନିର୍ବାଚନ ଲଢ଼ିବ: ମନମୋହନ ସାମଲ

ଭୁବନେଶ୍ଵର: ଆଗାମୀ ଲୋକସଭା ଓ ଓଡ଼ିଶା ବିଧାନସଭା ନିର୍ବାଚନରେ ଉଭୟ  ବିଜେଡି ଓ ବିଜେପି ମଧ୍ୟରେ ମେଣ୍ଟ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ରାଜ୍ୟ ବିଜେପି ସଭାପତି ମନ‌ମୋହନ ସାମଲ ଗଣମାଧ୍ୟମକୁ ନକରାତ୍ମକ ପ୍ରତିକ୍ରିୟା ଦେଇଛନ୍ତି। ନୂଆଦିଲ୍ଲୀରୁ ଫେରିଲା ପରେ ଭୁବନେଶ୍ବରରେ ଶ୍ରୀ ସାମଲ ସାମ୍ବାଦିକମାନଙ୍କୁ କହିଛନ୍ତି, ମେଣ୍ଟ ନେଇ କୌଣସି ଚର୍ଚ୍ଚା ହୋଇନାହିଁ। ଓଡ଼ିଶାରେ ଭାରତୀୟ ଜନତା ପାର୍ଟି (ବିଜେପି) ଏକାକୀ ଲଢ଼ିବ ବୋଲି ପୁଣି ଦୋହରାଇଛନ୍ତି। ଉଭୟ ଲୋକସଭା ଓ ବିଧାନସଭାରେ ବିଜେପି … Read more

ଉଜ୍ଜଳା ଯୋଜନାରେ ସବସିଡି ବଳବତ୍ତର ରହିବ: କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲ

ନୂଆଦିଲ୍ଲୀ: ଉଜ୍ଜଳା ଯୋଜନାରେ ଦିଆଯାଉଥିବା ୩୦୦ ଟଙ୍କାର ସବସିଡି ଆସନ୍ତା ୧ ବର୍ଷ ପାଇଁ ଜାରି ରହିବ ବୋଲି କେନ୍ଦ୍ରର ମୋଦୀ ସରକାର ନିଷ୍ପତି ନେଇଛନ୍ତି। କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ଦ୍ୱାରା ୧୦ କୋଟି ପରିବାର ଉପକୃତ ହେବେ ବୋଲି କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲ ସୂଚନା ଗେଇଛନ୍ତି।  ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ସରକାର ଏହି  ଘୋଷଣା କରିଛନ୍ତି। । ଏବେ ୩୧ ମାର୍ଚ୍ଚ ୨୦୨୫ ପର୍ଯ୍ୟନ୍ତ ଉଜ୍ଜ୍ୱଳା ଯୋଜନାରେ ମହିଳାମାନେ ସବସିଡିର ଲାଭ ପାଇବେ … Read more

ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ବିଜେଡ଼ିରେ ମିଶିଲେ 

କେନ୍ଦ୍ରାପଡାରୁ ନଳିନୀଙ୍କ ପୁଅ ଅଂଶୁମାନଙ୍କ ପରେ ଶଙ୍ଖ ଫୁଙ୍କିଲେ ବିଜୟ ନନ୍ଦନ  ଭୁବନେଶ୍ୱର: ଦୀର୍ଘ ୩ ଦଶନ୍ଧି ଧରି ଓଡ଼ିଶା ରାଜନୀତିରେ  ବହୁଚର୍ଚ୍ଚିତ ନେତା ବିଜୟ ମହାପାତ୍ରଙ୍କ ଏକମାତ୍ର ପୁତ୍ର ଅରବିନ୍ଦ ମହାପାତ୍ର ଆଜି ବିଜେଡିରେ ସାମିଲ୍ ହୋଇଛନ୍ତି । ପେଷାରେ ଜଣେ ଆଇଟି ଇଞ୍ଜିନିଅର ଅରବିନ୍ଦ ଗୁରୁବାର ଶତାଧିକ ସମର୍ଥକଙ୍କ ଗହଣରେ ନବୀନ ନିବାସ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଆଶୀର୍ବାଦ ନେଲା ପରେ ବିଧିବଦ୍ଧ ଭାବେ ଦଳରେ ପାଦ ଥାପିଛନ୍ତି  । କେନ୍ଦ୍ରାପଡ଼ା ଜିଲ୍ଲାର ପର୍ଯ୍ୟବେକ୍ଷକଙ୍କ … Read more

ଭଦ୍ରକ ଜିଲ୍ଲାରେ ମେଡିକାଲ କଲେଜ, ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ 

ଭଦ୍ରକ: ଗୁରୁବାର ଦିନ ଜିଲ୍ଲାରେ ସରକାରୀ ମେଡିକାଲ କଲେଜ ଓ ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠା ଦାବିରେ ସର୍ବୋଦୟ ମଣ୍ଡଳ ପକ୍ଷରୁ ଭଦ୍ରକ ଜିଲ୍ଲାପାଳଙ୍କ  ଅଫିସ ଆଗରେ ଧାରଣା ଦିଆଯାଇଥିଲା। ପରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଭଦ୍ରକର ସର୍ବୋଦୟ ମଣ୍ଡଳର ସଭାପତି ଅମର କୁମାର ପାଣିଗ୍ରାହୀଙ୍କ ଆବାହକତ୍ୱରେ କର୍ମକର୍ତ୍ତାମାନେ ମିଳିତ କ୍ରିୟାନୁଷ୍ଠାନ କମିଟି ଓ ଜନସାଧାରଣମାନ ମିଳିତ ଭାବରେ ଗୁରୁବାର ମୁଖ୍ୟମନ୍ତ୍ରୀ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି। ଭଦ୍ରକରେ ଏକ  ସରକାରୀ … Read more

ଜୁଲଫିକର ଅଲ୍ଲି ଭୁଟ୍ଟୋଙ୍କ ଫାଶୀ ବେଆଇନ: ପାକିସ୍ତାନ ସୁପ୍ରିମକୋର୍ଟ

ଇସଲାମାବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଜୁଲ୍ଫିକାର ଅଲ୍ଲୀ ଭୁଟ୍ଟୋଙ୍କ ଫାଶୀ ବେଆଇନ ଥିଲା । ୪୫ ବର୍ଷ ପରେ ଏହି ରାୟ ଶୁଣାଇଛନ୍ତି ପାକିସ୍ତାନର ସୁପ୍ରିମକୋର୍ଟ । ଏହି ନିଷ୍ପତ୍ତି ନିରପେକ୍ଷ ନ୍ୟାୟ ନଥିଲା ବୋଲି ସୁପ୍ରିମକୋର୍ଟ କହିଛନ୍ତି ।  ସୁପ୍ରିମକୋର୍ଟଙ୍କ ଏହି ରାୟ ଆସିବା ପରେ ଏହାକୁ ନେଇ ପାକିସ୍ତାନ ରାଜନୀତିରେ ଭୂମିକମ୍ପ ସୃଷ୍ଟି ହୋଇଛି।ଜୁଲଫିକର ଅଲ୍ଲୀ ଭୁଟ୍ଟୋଙ୍କ ପରେ ପାକିସ୍ତାନରେ ଏମିତି କୌଣସି ପ୍ରଧାନମନ୍ତ୍ରୀ ନାହାନ୍ତି, ଯିଏ ପୂରା ୫ ବର୍ଷ କ୍ଷମତାରେ ରହିବାରେ … Read more

୮୦-୮୫% ପେଟିଏମ୍ ଗ୍ରାହକଙ୍କଙ୍କୁ  ବାଧା ଉପୁଜିବ ନାହିଁ  

ନୂଆଦିଲ୍ଲୀ: ବୁଧବାର ଦିନ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି ଯେ  ପେଟିଏମ୍ ପେମେଣ୍ଟ ବ୍ୟାଙ୍କ ବିରୋଧରେ ଗ୍ରହଣ କରାଯାଇଥିବା କାର୍ଯ୍ୟାନୁଷ୍ଠାନ ଯୋଗୁଁ ୮୦ ରୁ ୮୫ ପ୍ରତିଶତ ପେଟିଏମ୍ ୱାଲେଟ୍ ଗ୍ରାହକ କୌଣସି ସମସ୍ୟାର ସମ୍ମୁଖୀନ ହେବେ ନାହିଁ। । ଅବଶିଷ୍ଟ ଗ୍ରାହକଙ୍କୁ ସେମାନଙ୍କ ଆପ୍ ଅନ୍ୟ ବ୍ୟାଙ୍କ ସହିତ ଲିଙ୍କ୍ କରିବାକୁ ସେ ପରାମର୍ଶ ଦେଇଛନ୍ତି। ଜାନୁଆରୀ ୩୧ ରେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ପେଟିଏମ୍ ପେମେଣ୍ଟସ୍ ବ୍ୟାଙ୍କ ଲିମିଟେଡ୍ … Read more

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୮ତମ ଜୟନ୍ତୀ ପାଳିତ

ଭୁବନେଶ୍ୱର: ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୮ତମ ଜୟନ୍ତୀ ଆଜି ଶଙ୍ଖଭବନରେ ନିରାଡମ୍ବର ଭାବେ ପାଳିତ ହୋଇଯାଇଛି। ସକାଳ ୮ ଘଣ୍ଟା ସମୟରେ ଶଙ୍ଖ ଭବନଠାରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ସହ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଦଳର ବରିଷ୍ଠ ନେତା ତଥା ମୁଖପାତ୍ର ଶ୍ରୀ ସଂଜୟ ଦାସବର୍ମାଙ୍କ ସଭାପତିତ୍ୱରେ ସ୍ମୃତିସଭା ଅନୁଷ୍ଠିତ ହୋଇଥିଲା। ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟକ ସୁଶାନ୍ତ ରାଉତ, ଅନନ୍ତ ନାରାୟଣ ଜେନା, ସାଂସଦ ଡ. ଅମର ପଟ୍ଟନାୟକ, ଡ. ସସ୍ମିତ … Read more

ବିକଶିତ ଭାରତରେ ଓଡିଶାର ଭୂମିକା ଗୁରୁତ୍ଵପୂର୍ଣ : ପ୍ରଧାନମନ୍ତ୍ରୀ 

ଚଣ୍ଡିଖୋଲ: ଯାଜପୁର ଜିଲ୍ଲା ଚଣ୍ଡିଖୋଲରେ ଭାରତୀୟ ଜନତା ପାର୍ଟି (ବିଜେପି) ପକ୍ଷରୁ ଆୟୋଜିତ ଜନସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛଣିତ ଯେ ଓଡ଼ିଶାର ସଂକଳ୍ପ କ’ଣ ତାହା ଏହି ଭିଡ଼ କହିଦେଉଛି। ତେଣୁ ଏଥର ‘ଅବ୍‌କି ବାର୍‌ ୪୦୦ ପାର୍‌’କୁ କେହି ଅଟକେଇପାରିବେ ନାହିଁ । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଭାରତକୁ ବିଶ୍ଵର ତୃତୀୟ ବୃହତ ଆର୍ଥିକ ସମୃଦ୍ଧଶାଳୀ ରାଷ୍ଟ୍ର କରିବାର ଅଛି। ୪୦୦ ପାର ସଂକଳ୍ପ ଦେଶରେ ଏକ ମଜବୁତ ସରକାର କରିବାର … Read more

ପ୍ରଧାନମନ୍ତ୍ରୀ ମୋଦୀ ଦେଶର ପ୍ରଥମ ‘ଅଣ୍ଡର ୱାଟର ମେଟ୍ରୋ ଲାଇନ’ ର ଉଦଘାଟନ କରିବେ 

କୋଲକାତା: ଦେଶର ପ୍ରଥମ ‘ଅଣ୍ଡର ୱାଟର ମେଟ୍ରୋ ଟ୍ରେନ ଲାଇନ’ର ନିର୍ମାଣ କାର୍ଯ୍ୟ  ସମ୍ପୂର୍ଣ ହୋଇସାଇଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଏହାକୁ ଉଦଘାଟନ କରିବେ। ହୁଗଳି ନଦୀ ତଳେ କୋଲକାତାର ‘ଅଣ୍ଡର ର ମେଟ୍ରୋ’ ନିର୍ମାଣ କରାଯାଇଛି। କିଛି ଦିନ ପୂର୍ବରୁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କୋଲକାତା ମେଟ୍ରୋ (କୋଲକାତା ଅଣ୍ଡର ୱାଟର ମେଟ୍ରୋ) ରେଳ ସେବାର ସମୀକ୍ଷା କରିଥିଲେ। ସମୀକ୍ଷା ପରେ କାଲି ପ୍ରଧାନମନ୍ତ୍ରୀ ମୋଦୀ ଏହାକୁ ଦେଶ ପାଇଁ ଉତ୍ସର୍ଗ କରିବେ। ‘ଅଣ୍ଡର … Read more

ସ୍ଵାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀ ଉଦଘାଟନ କଲେ ଟିକା ଭଣ୍ଡାର

ଭୁବନେଶ୍ୱର: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀ ନିରଞ୍ଜନ ପୂଜାରୀ ଭୁବନେଶ୍ୱରର ନୀଳାଦ୍ରି ବିହାରଠାରେ ରାଜ୍ୟ ଟିକା ଭଣ୍ଡାର ଉଦ୍‌ଘାଟନ କରିଛନ୍ତି । ଏହି ଅବସରରେ କମିଶନର ତଥା ଶାସନ ସଚିବ ଶ୍ରୀମତୀ ଶାଳିନୀ ପଣ୍ଡିତ, ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶକ (ଏନ୍‌ଏଚ୍‌ଏମ୍‌) ଡକଫର ବୃନ୍ଦା ଡି., ଓଏସ୍‌ଏମ୍‌ସିଏଲ୍‌ର ପରିଚାଳନା ନିର୍ଦ୍ଦେଶିକା ଡକଫର ପୋମା ଟୁଡ଼ୁ, ପରିବାର କଲ୍ୟାଣ ନିର୍ଦ୍ଦେଶକ ଡକଫର ବିଜୟ କୁମାର ପାଣିଗ୍ରାହୀ ଓ ୟୁନିସେଫ୍‌ ଓଡ଼ିଶାର ଫିଲ୍ଡ ଅଫିସ … Read more