ନୂଆଦିଲ୍ଲୀ: ଗୁରୁବାର ଆସାମ, କେରଳମ ଓ ପୁଡୁଚେରୀରେ ବିଧାନସଭା ନିର୍ବାଚନ ସମ୍ପୂର୍ଣ ହୋଇଛି ଆସାମରେ ୧୨୬ ବିଧାନସଭା ଆସନ ପାଇଁ ୮୫.୦୪ ପ୍ରତିଶତ ମତଦାନ ହୋଇଛି। ଏଥର ଭୋଟିଂ ୨୦୨୧ ନିର୍ବାଚନର ଭୋଟିଂ ରେକର୍ଡ ଭାଙ୍ଗିଛି। ଗତ ନିର୍ବାଚନରେ ୮୨.୦୪ ପ୍ରତିଶତ ଭୋଟିଂ ହୋଇଥିଲା।କେରଳରେ ସମସ୍ତ ୧୪୦ ବିଧାନସଭା ଆସନ ପାଇଁ ମତଦାନ ସନ୍ଧ୍ୟା ୬ଟାରେ ଶେଷ ହୋଇଥିଲା।ସନ୍ଧ୍ୟା ୬ଟା ସୁଦ୍ଧା ରାଜ୍ୟରେ ୭୭.୩୮ ପ୍ରତିଶତ ମତଦାନ ରେକର୍ଡ କରାଯାଇଛି। ଏହା ୨୦୨୧ ବିଧାନସଭା ନିର୍ବାଚନରେ ୭୪.୦୬ ପ୍ରତିଶତ ମତଦାନ ତୁଳନାରେ ଟିକିଏ ଅଧିକ ରହିଛି । କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀରେ ୩୦ଟି ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ମତଦାନ ହୋଇଥିଲା l ପୁଡୁଚେରୀରେ ଭୋଟର ବେଶ ଉତ୍ସାହର ସହ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି। ଭୋଟିଂ ୮୯ ପ୍ରତିଶତ ଅତିକ୍ରମ କରିଛି। ଏନଡିଏ କେନ୍ଦ୍ରଶାସିତ ଅଞ୍ଚଳରେ କ୍ଷମତା ବଜାୟ ରଖିବାକୁ ଲକ୍ଷ୍ୟ ରଖିଛି। ଏସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ମେ ୪ରେ ଫଳାଫଳ ବାହାରିବ।
ସରିଲା ଆସାମ, କେରଳମ ଓ ପୁଡୁଚେରୀରେ ବିଧାନସଭା ନିର୍ବାଚନ
