Nababharat News

ରାଜ୍ୟଗୋଷ୍ଠୀ କ୍ରୀଡାରେ ଜୁଡୋରେ ଭାରତ ପାଇଁ ପ୍ରଥମ ସ୍ୱର୍ଣ୍ଣ ପଦକ ଆଣିଲେ ଅସ୍ମିତା ଦେ

ନୂଆଦିଲ୍ଲୀ: ଗ୍ଲାସଗୋ ଠାରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡା ରେ ଭାରତ ଏକ ବଡ଼ ସଫଳତା ହାସଲ କରିଛି। ଯୁବ ଜୁଡୋ ଖେଳାଳି ଅସ୍ମିତା ଦେ’ ଭାରତ ପାଇଁ ଏହି ସଫଳତା ଆଣିଛନ୍ତି lମହିଳା ୪୮ କିଲୋଗ୍ରାମ ବର୍ଗର ଫାଇନାଲ୍ ମ୍ୟାଚ୍‌ରେ କାନାଡାର ହେଇଡି କ୍ୱାଚଙ୍କୁ ୨-୧ ସେଟ୍‌ରେ ପରାସ୍ତ କରି ସେ ଏହି ଗୌରବ ହାସଲ କରିପାରିଛନ୍ତି l ଏହି ରୋମାଞ୍ଚକର ମ୍ୟାଚ୍‌ରେ ସେ ‘ସଡ଼ନ୍ ଡେଥ୍’ ବା ଗୋଲ୍ଡନ ସ୍କୋର ଜରିଆରେ ବିଜୟ ଲାଭ କରିଥିଲେ । ଫାଇନାଲ୍ ସଂଘର୍ଷ ଅତ୍ୟନ୍ତ କଡ଼ା ଓ ରୋମାଞ୍ଚକର ଥିଲା । ନିର୍ଦ୍ଧାରିତ ସମୟ ଶେଷ ସୁଦ୍ଧା ଉଭୟ ଖେଳାଳି ୧-୧ ସମାନ ସ୍ଥିତିରେ ଥିଲେ। ମ୍ୟାଚ୍ ବରାବର ରହିବାରୁ ଫଳାଫଳ ପାଇଁ ‘ଗୋଲ୍ଡେନ୍ ସ୍କୋର୍’ ଅବଧିକୁ ଅପେକ୍ଷା ଥିଲା । ଅତିରିକ୍ତ ସମୟରେ ଅସ୍ମିତା ନିଜର ଚମତ୍କାର କୌଶଳ ‘ଲେଗ୍ ଟ୍ୟାଙ୍ଗଲ୍’ ଜରିଆରେ ନିର୍ଣ୍ଣାୟକ ‘ୟୁକୋ’ ପଏଣ୍ଟ ହାସଲ କରି ବିଜୟ ସୁନିଶ୍ଚିତ କରିଥିଲେ। କମନୱେଲ୍ଡ ଗେମ୍ସର ଜୁଡୋ ଇତିହାସରେ ଭାରତକୁ ପ୍ରଥମ ଥର ପାଇଁ ସ୍ୱର୍ଣ୍ଣ ପଦକ ମିଳିଥିବାରୁ ଏହା ଦେଶ ପାଇଁ ଏକ ବଡ଼ ଗର୍ବର ବିଷୟ ପାଲଟିଛି।

Exit mobile version