Nababharat News

ଅନନ୍ତ ନାଗଙ୍କୁ ମିଳିବ ଦାଦାସାହେବ ଫାଲକେ ଆୱାର୍ଡ:ପ୍ରଧାନମନ୍ତ୍ରୀ ଜଣାଇଲେ ଶୁଭେଚ୍ଛା

ନୂଆଦିଲ୍ଲୀ: ଭାରତୀୟ ସିନେମା ଜଗତରେ ଉଲ୍ଲେଖନୀୟ ଓ ଅତୁଳନୀୟ ଯୋଗଦାନ ପାଇଁ ପ୍ରତିବର୍ଷ ଜଣେ ବିଶିଷ୍ଟ କଳାକାରଙ୍କୁ ‘ଦାଦାସାହେବ ଫାଲକେ ପୁରସ୍କାର’ରେ ସମ୍ମାନିତ କରାଯାଇଥାଏ। ଏହାକୁ ଭାରତୀୟ ସିନେମାର ସର୍ବୋଚ୍ଚ ସମ୍ମାନ ଭାବେ ଗ୍ରହଣ କରାଯାଏ। ଚଳିତ ବର୍ଷ, ଅର୍ଥାତ ୨୦୨୪ ମସିହା ପାଇଁ ପ୍ରବୀଣ କନ୍ନଡ ଅଭିନେତା ଅନନ୍ତ ନାଗଙ୍କୁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯିବ। ଭାରତ ସରକାରଙ୍କ ପକ୍ଷରୁ ଏହି ୭୮ ବର୍ଷୀୟ ସୁନାମଧନ୍ୟ ଅଭିନେତାଙ୍କ ନାମ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଛି।ତାଙ୍କୁ ଏହି ସମ୍ମାନ ୨୨ ସେପ୍ଟେମ୍ବରରେ ଆୟୋଜିତ ହେବାକୁ ଥିବା ୭୨ତମ ରାଷ୍ଟ୍ରୀୟ ଫିଲ୍ମ ପୁରସ୍କାରରେ ଦିଆଯିବ । ଅନନ୍ତ ନାଗ ନିଜ ୫ ଦଶନ୍ଧିରୁ ଅଧିକ ସିନେମା କ୍ୟାରିୟରରେ କନ୍ନଡ଼ ସହ ହିନ୍ଦୀ ସିନେମାରେ ମଧ୍ୟ ନିଜର ଏକ ସ୍ୱତନ୍ତ୍ର ପରିଚୟ ତିଆରି କରିଛନ୍ତି । ଏହି ଘୋଷଣା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅନନ୍ତଙ୍କୁ ଶୁଭେଚ୍ଛା ଜଣାଇ ଲେଖିଛନ୍ତି, “କିମ୍ୱନ୍ଦନ୍ତୀ କଳାକାର ଅନନ୍ତ ନାଗ ଜୀଙ୍କୁ ଦାଦାସାହେବ ଫାଲକେ ପୁରସ୍କାର ମିଳିବା ନେଇ ଶୁଭେଚ୍ଛା । ଅନେକ ଦଶନ୍ଧି ଧରି ତାଙ୍କ ଅଭିନୟ, ଅଦ୍ଭୂତ ପ୍ରତିଭା ଏବଂ ଚମତ୍କାର କାମ ଭାରତୀୟ ସିନେମା, ବିଶେଷ କରି କନ୍ନଡ଼ ସିନେମାରେ ଗଭୀର ଛାପ ଛାଡ଼ିଛି । ସେ ଯେଉଁ ବି ଭୂମିକା ନିର୍ବାହ କରିଛନ୍ତି, ସେଥିରେ ସ୍ୱତନ୍ତ୍ର ଗଭୀରତା ଏବଂ ବାସ୍ତବତା ଦେଖାଇଛନ୍ତି । ଏହା ପ୍ରକୃତରେ ଜଣେ ସ୍ୱତନ୍ତ୍ର କଳାକାରଙ୍କ ପାଇଁ ସଂପୂର୍ଣ୍ଣ ରୂପେ ହକଦାର ସମ୍ମାନ ଅଟେ ।”ଅନନ୍ତ ନାଗ କନ୍ନଡ଼, ହିନ୍ଦୀ, ତାମିଲ, ମଲୟାଲମ ଓ ମରାଠୀ ଭାଷାରେ ୩୦୦ରୁ ଅଧିକ ସିନେମାରେ କାମ କରିଛନ୍ତି ।

Exit mobile version