Nababharat News

ସମସ୍ତ ବୋଇଂ ୮୭୮ ବିମାନର ସୁରକ୍ଷା ଯାଞ୍ଚ ହେବ:ଡିଜିସିଏ

ଅହମ୍ମଦାବାଦରେ ଘଟିଥିବା ଭୟଙ୍କର ବିମାନ ଦୁର୍ଘଟଣା ପରେ, ବେସାମରିକ ବିମାନଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ)ଙ୍କ ପକ୍ଷରୁ ବୋଇଂ ୭୮୭-୮/୯ ବିମାନର ସୁରକ୍ଷା ଯାଞ୍ଚ ବୃଦ୍ଧି କରିବାକୁ ନିର୍ଦ୍ଦେଶ ଜାରି କରିଛି। ଏହି ନୂତନ ନିର୍ଦ୍ଦେଶ ୧୫ ଜୁନ୍ ୨୦୨୫ ରାତି ୧୨ଟାରୁ କାର୍ଯ୍ୟକାରୀ ହେବ। ଉଡ଼ାଣ ପୂର୍ବରୁ ଅନେକ ଗୁରୁତ୍ୱପୂର୍ଣ୍ଣ ବୈଷୟିକ ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ ଦେଇଛି। ଡିଜିସିଏ ଦ୍ୱାରା ଦିଆଯାଇଥିବା ନିର୍ଦ୍ଦେଶ ଅନୁଯାୟୀ, ଉଡ଼ାଣ ପୂର୍ବରୁ ଇନ୍ଧନ ପାରାମିଟର ମନିଟରିଂ ଏବଂ ସମ୍ବନ୍ଧିତ ସିଷ୍ଟମ ଯାଞ୍ଚ କରାଯିବ। ଏହା ବ୍ୟତୀତ, କ୍ୟାବିନ ଏୟାର କମ୍ପ୍ରେସର, ଇଲେକ୍ଟ୍ରୋନିକ୍ ଇଞ୍ଜିନ୍ କଣ୍ଟ୍ରୋଲ ସିଷ୍ଟମ, ଇଞ୍ଜିନ୍ ଫୁଏଲ ଡ୍ରିଭେନ ଆକ୍ଟୁଏଟର, ହାଇଡ୍ରୋଲିକ୍ ସିଷ୍ଟମର ସେବାଯୋଗ୍ୟତା ଏବଂ ଉଡ଼ାଣ ପାରାମିଟରଗୁଡ଼ିକର କାର୍ଯ୍ୟକ୍ଷମତା ପରୀକ୍ଷା ଓ ସମୀକ୍ଷା କରାଯିବ। ଡିଜିସିଏ କହିଛି ଯେ ଏବେ ଟ୍ରାଞ୍ଜିଟ୍ ଯାଞ୍ଚରେ ଉଡ଼ାଣ ନିୟନ୍ତ୍ରଣ ଯାଞ୍ଚ ବାଧ୍ୟତାମୂଳକ ହେବ ଯାହା ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବଳବତ୍ତର ରହିବ।

Exit mobile version