Nababharat News

ଅହମ୍ମଦାବାଦ ବିମାନ ଦୁର୍ଘଟଣା ମାନବିକ : ବିଶେଷଜ୍ଞଙ୍କ ଦାବୀ

ନୂଆଦିଲ୍ଲୀ: ଅହମ୍ମଦାବାଦ ରେ ଘଟିଥିବା ବିମାନ ଦୁର୍ଘଟଣା ଜାଣିଶୁଣି ମାନବିକ କାର୍ଯ୍ୟାନୁଷ୍ଠାନର ପରିଣାମ ହୋଇଥାଇପାରେ ବୋଲି ଜଣେ ପ୍ରମୁଖ ବିମାନ ଚଳାଚଳ ନିରାପତ୍ତା ବିଶେଷଜ୍ଞ ମତ ଦେଇଛନ୍ତି। ଭାରତର ଅନ୍ୟତମ ଅଗ୍ରଣୀ ବିମାନ ଚଳାଚଳ ବିଶେଷଜ୍ଞ କ୍ୟାପ୍‌ଟେନ୍ ମୋହନ ରଙ୍ଗନାଥନ୍ ଇନ୍ଧନ କଟ୍‌ଅଫ୍ ସୁଇଚ୍ ଓ କକ୍‌ପିଟ୍ ଅଡିଓର କ୍ରମକୁ ଦର୍ଶାଇ କହିଛନ୍ତି ଯେ କକ୍‌ପିଟ୍‌ରେ ଜାଣିଶୁଣି ନିଆଯାଇଥିବା ପଦକ୍ଷେପ ଯୋଗୁଁ ଏହି ଦୁର୍ଘଟଣା ଘଟିଥାଇପାରେ, ଏପରିକି ଆତ୍ମଘାତୀ ମଧ୍ୟ ହୋଇଥାଇପାରେ। ଡ୍ରିମ୍‌ଲାଇନର୍‌ ଇଞ୍ଜିନରେ ଇନ୍ଧନ ବନ୍ଦ କରାଯାଇପାରିବ କି ବୋଲି ପଚରାଯିବାରୁ କ୍ୟାପ୍‌ଟେନ୍ ରଙ୍ଗନାଥନ କହିଛନ୍ତି, ଏହା ମାନୁଆଲି କରିବାକୁ ହେବ। ଏହା ଆପେ ଆପେ ବା ଶକ୍ତି ବିଫଳତା କାରଣରୁ ହୋଇପାରିବ ନାହିଁ। ଭାରତର ଏୟାର୍‌କ୍ରାଫ୍ଟ ଆକ୍ସିଡେଣ୍ଟ ଇନ୍‌ଭେଷ୍ଟିଗେସନ୍‌ ବ୍ୟୁରୋ (ଏଏଆଇବି) ଜୁନ୍ ୧୨ରେ ହୋଇଥିବା ଦୁର୍ଘଟଣାର ପ୍ରାଥମିକ ରିପୋର୍ଟ ପ୍ରକାଶ କରିବାର ମାତ୍ର ୨୪ ଘଣ୍ଟା ପରେ ସେ ଏହି ମନ୍ତବ୍ୟ ଦେଇଛନ୍ତି।ରଙ୍ଗନାଥନ୍ କହିଛନ୍ତି, ମୁଁ ଶୁଣିଛି ଯେ କ୍ୟାପ୍‌ଟେନ୍‌ଙ୍କର କିଛି ରୋଗବେମାରୀ ଇତିହାସ ଥିଲା। କକ୍‌ପିଟ୍ ଭଏସ୍ ରେକର୍ଡର ଅନୁଯାୟୀ ଯାହା ସାମନାକୁ ଆସିଛି, ସେଥିରେ କିଛି ଅସଙ୍ଗତି ଦେଖିବାକୁ ମିଳିଛି, ଯାହା କି ପ୍ରାୟ ଲୁଚାଇବା ଭଳି। ଉଡ଼ାଣ ଓ ଅବତରଣ ସମୟରେ ସମସ୍ତ ପାଇଲଟ୍ ହେଡ୍‌ଫୋନ୍ ବ୍ୟବହାର କରିବା ବାଧ୍ୟତାମୂଳକ। କକପିଟ୍ ଭଏସ୍ ରେକର୍ଡର୍ କକ୍ ପିଟ୍ ଏରିଆ ମାଇକ୍ରୋଫୋନ୍ ଆଧାରରେ ସିଏଏମ୍ ୧ (କ୍ୟାପ୍‌ଟେନ୍) କିମ୍ବା ସିଏଏମ୍ ୨ (କୋ-ପାଇଲଟ୍)ରୁ ଆସିଛି କି ନାହିଁ ତାହା ସ୍ପଷ୍ଟ ଭାବେ ସୂଚାଇବ।

Exit mobile version