Nababharat News

ଆଡଭାନ୍ସ ଟିପ୍’ ଫିଚର ତୁରନ୍ତ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଆଡଭାନ୍ସ ଟିପ୍ ଦେବା ସୁବିଧା ତୁରନ୍ତ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରାଳୟ ଏ ନେଇ ଏକ ସର୍କୁଲାର ଜାରି କରିଥିବା ବେଳେ କହିଛନ୍ତି ଯେ କେତେକ ପ୍ଲାଟଫର୍ମ ତାଙ୍କ ଆପ୍ ରେ ଏହି ସୁବିଧା ଆରମ୍ଭ କରିଛନ୍ତି ଯେଉଁଥିରେ ଯାତ୍ରୀଙ୍କୁ ପ୍ରଥମରୁ ଟିପ୍ ମଗା ଯାଉଛି । ବିଶେଷ କରି ଓଲା, ଉବର ଓ ରାପିଡୋ ରାଇଡର୍ସଙ୍କୁ ଆଡଭାନ୍ସ ଟିପ୍ ମଗାଯାଉଥଛି l ମନ୍ତ୍ରାଳୟ ସ୍ପଷ୍ଟ ଭାବେ କହିଛନ୍ତି ଯେ ଟିପ୍ ସମ୍ପୂର୍ଣ୍ଣ ଭାବେ ଯାତ୍ରୀଙ୍କ ନିଜ ଇଛା ଉପରେ ନିର୍ଭର କରିଥାଏ। ଏହାକୁ ରାଇଡ ମିଳିବା ସହ ଯୋଡା ଯାଇ ପାରିବନି। ଟିପ୍ କେବଳ ସର୍ଭିସରେ ସନ୍ତୁଷ୍ଟ ହେଲେ ଦିଆଯାଏ। ଯଦି ଯାତ୍ରୀ ଚାଳକଙ୍କ ସେବାରେ ସନ୍ତୁଷ୍ଟ ହୁଅନ୍ତି ତେବେ ତାଙ୍କ ଯାତ୍ରା ପୁରା ହେବା ପରେ ସେ କୌଣସି ଟିପ୍ ଦେଇ ପାରନ୍ତି।କୌଣସି ପରିସ୍ଥିତିରେ ଟିପ୍ ଅଗ୍ରୀମ ମାଗିବା ଓ ଦେବା ବାଧ୍ୟତାମୂଳକ ହେବା କଥା ନୁହେଁ। ସରକାରଙ୍କ ଏହି ପଦକ୍ଷେପର ଉଦ୍ଦେଶ୍ୟ ଯାତ୍ରୀଙ୍କୁ କୌଣସି ପ୍ରକାରର ଅତିରିକ୍ତ ପୈଠ ଚାପରୁ ମୁକ୍ତ କରିବା।

Exit mobile version