ଛତିଶଗଡ: ଛତିଶଗଡ ଜଗଦଲପୁରରେ ଆତ୍ମସମର୍ପଣ କରିଛନ୍ତି ୨୦୮ ନକ୍ସଲ । ଛତିଶଗଡ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେବ ସାଏ, ଉପମୁଖ୍ୟମନ୍ତ୍ରୀ ଓ ପୁଲିସ ଡିଜିଙ୍କ ଉପସ୍ଥିତିରେ ସିପିଆଇ ମାଓବାଦୀ ସେଣ୍ଟ୍ରାଲ କମିଟି ମେମ୍ବର ରୁପେଶ ନେତୃତ୍ୱରେ ନକ୍ସଲମାନେ ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି । ୧୫୩ଟି ମାରଣାସ୍ତ୍ର ସହ ଆତ୍ମସମର୍ପଣ କରିବାକୁ ପହଞ୍ଚିଥିଲେ ମାଓବାଦୀ । ଅସ୍ତ୍ରଶସ୍ତ୍ର ଛାଡି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ଆହ୍ୱାନକୁ ମାଓବାଦୀ ମାନେ ଗ୍ରହଣ କରି ଆତ୍ମସମର୍ପଣ କରୁଛନ୍ତି । ଦଣ୍ଡକାରଣ୍ୟ ଡିଭିଜନ ସଦସ୍ୟ ଭାସ୍କର ସହ ସାଥୀ ନକ୍ସଲମାନେ ଆତ୍ମସମର୍ପଣ ପାଇଁ ନଦୀ ଜଙ୍ଗଲ ରାସ୍ତା ପାର ହୋଇ ପହଞ୍ଚିଥିଲେ । ସେମାନଙ୍କୁ ପୁଲିସ ଓ ବିଏସଏଫ୍ ପକ୍ଷରୁ ସୁରକ୍ଷା ଯୋଗାଇ ଦିଆଯାଇଥିଲା ।
ଆତ୍ମସମର୍ପଣ କଲେ ୨୦୮ ନକ୍ସଲ
