Nababharat News

ଅସାମରେ ବନ୍ଦ ହେବ ୧୦୦୦ ରୁ ଊର୍ଦ୍ଧ୍ଵ  ବେସରକାରୀ ମଦ୍ରାସା

ଗୌହାଟୀ: ଆସାମର 1000 ରୁ ଅଧିକ ବେସରକାରୀ ମଦ୍ରାସା ବନ୍ଦ ହେବାକୁ ଯାଉଛି।  ଦୈନିକ ଇଂଗ୍ଲିଶ ଖବର କାଗଜ  ‘ଦି  ଷ୍ଟେଟସମ୍ୟାନ’ ଖବର ଅନୁସାରେ    ମୁଖ୍ୟମନ୍ତ୍ରୀ ହିମନ୍ତ  ବିଶ୍ଵଶର୍ମା  ଏହା ଘୋଷଣା କରିଛନ୍ତି। ଆସାମ ସରକାର ଏହି ବେସରକାରୀ ଧାର୍ମିକ ଶିକ୍ଷାନୁଷ୍ଠାନଗୁଡ଼ିକୁ ସାଧାରଣ ବିଦ୍ୟାଳୟରେ ପରିଣତ କରିବାକୁ ନିଷ୍ପତ୍ତି ନେଇଛନ୍ତି। 

ଭାରତୀୟ ସମ୍ବିଧାନ  ଦ୍ଵାରା ଏହି ସଂଖ୍ୟାଲଘୁ ସମ୍ପ୍ରଦାୟର ଅନୁଷ୍ଠାନଗୁଡିକୁ ଦିଆଯାଇଥିବା ସୁରକ୍ଷାକୁ ଦୃଷ୍ଟିରେ ରଖି ଆସାମ ସରକାର ସେଗୁଡିକର  ବନ୍ଦ ଏବଂ ପରବର୍ତ୍ତୀ ପରିବର୍ତ୍ତନ ପାଇଁ ଆଲୋଚନା କରିବାକୁ ଚାହୁଁଛନ୍ତି। ଶର୍ମା ଜୋରଦେଇ କହିଛନ୍ତି ଯେ  ଯେ ସରକାରୀ ଚାଳିତ ମଦ୍ରାସାଗୁଡ଼ିକ ବନ୍ଦ ହୋଇ ଧର୍ମନିରପେକ୍ଷ ଶିକ୍ଷାନୁଷ୍ଠାନରେ ପରିଣତ ହୋଇସାରିଛି।ଅଧିକନ୍ତୁ, ମୁଖ୍ୟମନ୍ତ୍ରୀ  କହିଛନ୍ତି ଯେ ରାଜ୍ୟର ସମସ୍ତ ପାଞ୍ଚଟି ମୁସଲମାନ ସମ୍ପ୍ରଦାୟ ଜନଗଣନାକୁ ଗ୍ରହଣ କରିଛନ୍ତି । ନୂତନ ବର୍ଷ ଉପଲକ୍ଷେ   ସାମ୍ବାଦିକମାନଙ୍କ ସହ ଏକ ବୈଠକରେ  ଯୋଗଦେଇ   ସେ କହିଥିଲେ ଯେ ଆସାମରେ ବସବାସ କରୁଥିବା  ମୁସଲମାନମାନଙ୍କର ଏକ ନୂତନ ଜନଗଣନା କରିବାକୁ ତାଙ୍କ ସରକାର ଯୋଜନା କରିଛନ୍ତି, ଯାହା ୨୦୨୪ ଶେଷ ସୁଦ୍ଧା ଶେଷ ହେବ।

Exit mobile version